ମାଲକାନଗିରି: କାଲିମେଳା ଅଞ୍ଚଳର କେତେକ କଇଁଛ ବ୍ୟବସାୟୀ ଆନ୍ଧ୍ର ପ୍ରଦେଶରୁ କଇଁଛ ଆଣି ମାଲକାନଗିରି ଜିଲ୍ଲାରେ ଚୋରାରେ ବିକ୍ରୟ କରି ଟଙ୍କା ରୋଜଗାର କରୁଛନ୍ତି। ହେଲେ ଏହି ବେଆଇନ କାମ କରୁଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ କାଲିମେଳା ବନ କର୍ମଚାରୀମାନେ ସର୍ବଦା ଜାଲ ବିଛାଇଥାନ୍ତି।
ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟିଗଲ ପଞ୍ଚାୟତର ଏମପିଭି-୬୫ ଗ୍ରାମକୁ ଯାଇଥିବା ବେଳେ ଫରେଷ୍ଟ ଗାଡି ଦେଖି ୨ ଜଣ କଇଁଛ ବ୍ୟବସାୟୀ ୨ଟି ବାଇକ ଛାଡି ଜଙ୍ଗଲକୁ ଧାଇଁ ପଳାଇଥିଲେ।