ETV Bharat Odisha

ଓଡିଶା

odisha

ETV Bharat / state

ଗଞ୍ଜେଇ ଚାଲାଣର ନୂଆ ତରିକା, ପାଣି ଟ୍ୟାଙ୍କରୁ ମିଳିଲା ଦେଢକୋଟିର ଗଞ୍ଜେଇ - 1447kg ganja seized by mathili police

ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ଏବେ ଚାଲାଣକାରୀମାନେ ନୂଆ ଉପାୟ । ପାଣି ଟ୍ୟାଙ୍କର ଯୋଗେ ଗଞ୍ଜେଇ ଚାଲାଣ ବେଳେ 1447 କେଜି ଗଞ୍ଜେଇ ଜବତ କଲା ମାଥିଲି ଥାନା ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Nov 17, 2019, 8:49 PM IST


ମାଲକାନଗିରି: ଜିଲ୍ଲା ପୋଲିସକୁ ବଡ ସଫଳତା । ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କଲା ମାଥିଲି ଥାନା ପୋଲିସ । ଜବତ ଗଞ୍ଜେଇର ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନାନୁସାରେ, ମାଥିଲି ଅଞ୍ଚଳରୁ ଏକ ପାଣି ଟ୍ୟାଙ୍କର ଯୋଗେ ଚୋରା ଗଞ୍ଜେଇ ଉତ୍ତରପ୍ରଦେଶକୁ ଚାଲାଣ କରାଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ମାଥିଲି ପୋଲିସ ପେଟ୍ରୋଲିଂ କରିବା ସମୟରେ ଏହି ଗାଡି ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଚେକିଂ ବେଳେ ଗାଡିରୁ 1447 କେଜି ଗଞ୍ଜେଇ ଜବତ ହୋଇଥିବା ନେଇ ମାଲକାନଗିରି ସୂଚନା ଦେଇଛନ୍ତି ।

ଏହି ଚାଲାଣରେ ସମ୍ପୃକ୍ତ ଥିବା ଉତ୍ତରପ୍ରଦେଶର 2 ଜଣ ଦଲାଲଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବର୍ତ୍ତମାନ ଗଞ୍ଜେଇ ଅମଳର ସମୟ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ ଜାରି ରହିବ ବୋଲି ଏସପି ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details