ଓଡିଶା

odisha

By

Published : Oct 30, 2020, 2:52 PM IST

ETV Bharat / state

ଚୋରା ଚାଲାଣ ବେଳେ ୧୩୦ ବସ୍ତା ପିଡିଏସ୍ ଚାଉଳ ଜବତ

ଟ୍ରକରେ ଚୋରା ଚାଲଣ ହେଉଥିବା ବେଳେ 130 ବସ୍ତା ପିଡିଏସ ଚାଉଳ ଜବତ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ଚୋରା ଚାଲାଣ ସମୟରେ ୧୩୦ ବସ୍ତା ପିଡିଏସ୍ ଚାଉଳ ଜବତ
ଚୋରା ଚାଲାଣ ସମୟରେ ୧୩୦ ବସ୍ତା ପିଡିଏସ୍ ଚାଉଳ ଜବତ

ମାଲକାନଗିରି: କୋରୋନା ମାଡରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଅନେକ ଲୋକ ବେରୋଜଗାର ହୋଇ ଘରେ ବସିଛନ୍ତି । ଯେପରି କୌଣସି ଲୋକ ଭୋକରେ ନ ରହିବେ, ଏନେଇ ରାଜ୍ୟ ସରକାର ଆଗୁଆ ରାସନ ଖାଦ୍ୟ ସାମଗ୍ରୀର ବଣ୍ଟନ ବ୍ୟବସ୍ଥା କରିଛନ୍ତି । ହେଲେ କିଛି ଅସାଧୁ କର୍ମଚାରୀ ଏହାର ଫାଇଦା ଉଠାଇ ହିତାଧିକାରୀଙ୍କ ଚାଉଳ ହଡପ କରୁଛନ୍ତି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ଏମଭି-60 ଗାଁରେ ।

ଚୋରା ଚାଲାଣ ସମୟରେ ୧୩୦ ବସ୍ତା ପିଡିଏସ୍ ଚାଉଳ ଜବତ

ସୂଚନା ମୁତାବକ, ଶୁକ୍ରବାର ଏମଭି-60 ଗ୍ରାମବାସୀ OD 305637 ନଂର ଏକ ଟ୍ରକକୁ ଅଟକାଇ ଥିଲେ । ଗାଡିକୁ ଯାଞ୍ଚ କରିବାରୁ ସେଥିରେ 130 ବସ୍ତା ଚାଉଳ ପିଡିଏସ ଚାଉଳ ମିଳିଥିଲା । ଗାଡିର ଡ୍ରାଇଭରକୁ ଏ ବାବଦରେ ପଚରାଉଚରା କରିବାରୁ ଚାଉଳ ସିମଳାବାଞ୍ଛା ପଞ୍ଚାୟତର ବାଲାନପାଲି ଏବଂ mv-60 ଗ୍ରାମରୁ ମାଲକାନଗିରିକୁ ଚାଲାଣ ହେଉଥିବା ଜଣାପଡିଥିଲା । ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଚାଉଳ ବେପାରୀ mv-60 ଗାଁର ଅଞ୍ଜନ ମଣ୍ଡଳ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ପିଡିଏସ ଚାଉଳ ଚୋରା ଚାଲାଣରେ ଉକ୍ତ ଅଞ୍ଚଳର ଯୋଗାଣ ସହାୟକ ଓ ଅନ୍ୟ କିଛି ସରକାରୀ କର୍ମଚାରୀ ସହ ବେପାରୀଙ୍କର ସହଯୋଗ ଥିବା ସୂଚନା ମିଳିଛି ।

ମାଲାକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details