ମାଲକାନଗିରି: ଟେଲିଫୋନ ସେବା ଠିକ୍ କରିବା ଦାବିରେ 12 ଘଣ୍ଟିଆ ଚିତ୍ରକୋଣ୍ଡା ବନ୍ଦ ଡାକରା ଦେଇଛନ୍ତି ସାଧାରଣ ଲୋକେ । ଫଳରେ ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ କରୁଥିବା ଲଞ୍ଚ ସେବା ସହ ଚିତ୍ରକୋଣ୍ଡାରୁ ମାଲକାନଗିରି ଓ ଆନ୍ଧ୍ରପ୍ରଦେଶକୁ ସିଲେରୁକୁ ବସ୍ ଚଳାଚଳ ବନ୍ଦ ରହିଛି । ଏପରିକି ସ୍କୁଲ, କଲେଜ, ମେଡିକାଲ ଭଳି ଅତ୍ୟାବଶ୍ୟକ ସେବାକୁ ଛାଡି ଦେଲେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।
ଟେଲିଫୋନ ସେବା ଠିକ୍ କରିବା ଦାବିରେ 12 ଘଣ୍ଟିଆ ଚିତ୍ରକୋଣ୍ଡା ବନ୍ଦ - mobile network services
ଟେଲିଫୋନ ସେବା ଠିକ୍ କରିବା ଦାବିରେ 12 ଘଣ୍ଟିଆ ଚିତ୍ରକୋଣ୍ଡା ବନ୍ଦ ଡାକରା । ଏହି ବନ୍ଦ ଡାକରା ଯୋଗୁଁ ବିଚ୍ଛିନ୍ନାଞ୍ଚଳକୁ ବସ୍ ଓ ଲଞ୍ଚ ସେବା ବନ୍ଦ ରହିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ଚିତ୍ରକୋଣ୍ଡାରେ ମୋବାଇଲ ନେଟୱାର୍କ ସେବା ଠିକ୍ ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ଏହାକୁ ନେଇ ସେମାନେ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି । ଆଉ ଏହି 12 ଘଣ୍ଟିଆ ବନ୍ଦ ପାଳନରେ ସାମିଲ ହୋଇଛନ୍ତି ବିଭିନ୍ନ ସଙ୍ଗଠନ । ଖୁବ ଶୀଘ୍ର ସମସ୍ୟା ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ
Last Updated : Jul 23, 2019, 7:11 PM IST