ଓଡିଶା

odisha

ETV Bharat / state

ନାବାଳକ ଚାଲାଣ, କାଲିମେଳା ବସଷ୍ଟାଣ୍ଡରୁ ଉଦ୍ଧାର 11 ଦାଦନ - ନାବାଳକ ଚାଲାଣ

କାଲିମେଳା ବସଷ୍ଟାଣ୍ଡରୁ 9 ଜଣ ନାବାଳିକା ଏବଂ 2 ନାବାଳକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ। ଅଧିକ ପଢନ୍ତୁ...

ନାବାଳକ ଚାଲାଣ, କାଲିମେଳା ବସଷ୍ଟାଣ୍ଡରୁ ଉଦ୍ଧାର 11 ଦାଦନ
ନାବାଳକ ଚାଲାଣ, କାଲିମେଳା ବସଷ୍ଟାଣ୍ଡରୁ ଉଦ୍ଧାର 11 ଦାଦନ

By

Published : Feb 25, 2021, 9:50 PM IST

ମାଲକାନଗିରି: କାଲିମେଳା ବସଷ୍ଟାଣ୍ଡରୁ 9 ଜଣ ନାବାଳିକା ଏବଂ 2 ନାବାଳକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ। କାଲିମେଳା ବ୍ଲକ ଅନ୍ତର୍ଗତ କାନାଗୁଡା ଗାଁ ରୁ ଆନ୍ଧ୍ରକୁ mv-9 ନମ୍ବର ଗାଁର ସୁବାଷ ନାମକ ଦଲାଲ ଟଙ୍କା ପ୍ରଲୋଭନ ଦେଖାଇ ପିଲା ଚାଲାଣ କରୁଥିଲା । ଏହି ସମୟରେ ଉଦ୍ଧାର କରିଛି ଚାଇଲ୍ଡଲାଇନ୍ ।

ନାବାଳକ ଚାଲାଣ, କାଲିମେଳା ବସଷ୍ଟାଣ୍ଡରୁ ଉଦ୍ଧାର 11 ଦାଦନ

ପରେ ସେମାନଙ୍କୁ ଆଜି(ବୁଧବାର) CWC ନିକଟରେ ହାଜର କରାଯାଇଛି। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପିଲାଙ୍କୁ ଟଙ୍କା ଲୋଭ ଦେଖାଇ ଆନ୍ଧ୍ରକୁ କାମ କରାଇବା ପାଇଁ ଚାଲାଣ କରୁଥିଲା ଦଲାଲ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦଲାଲକୁ ଗିରଫ କରିଛି। ଅନ୍ୟପଟେ ପିଲାଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀ କହିଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details