ମାଲକାନଗିରି:ଗତକାଲି ରାତିରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଏକ ଦଶ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି । ଡାକ୍ତରଖାନାର ପରିସର ମଧ୍ୟରେ ଥିବା ଡାକ୍ତରଙ୍କ ବାସଭବନରେ ପଶି ଯାଇଥିଲା । ଅଜଗର ସାପଟି ପଶିବା ଦେଖି ଡାକ୍ତର ଓ ମେଡିକାଲ କର୍ମଚାରୀ ଭୟଭୀତ ହୋଇଯାଇଥିଲେ । କିଛି ସମୟ ପରେ ସ୍ଥାନୀୟ ଯୁବକ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲେ ।
ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଏକ ଦଶ ଫୁଟିଆ ଅଜଗର ସାପ ଉଦ୍ଧାର କରିଛନ୍ତି ଦୁଇ ସ୍ଥାନୀୟ ଯୁବକ । ରାତି ସମୟରେ ଡାକ୍ତରଖାନାର ପରିସରରେ ଥିବା ଡାକ୍ତରଙ୍କ ବାସଭବନରେ ପଶି ଯାଇଥିଲା ଅଜଗର ସାପ । ଅଜଗର ସାପଟି ପଶିବା ଦେଖି ଡାକ୍ତର ଓ ମେଡିକାଲ କର୍ମଚାରୀ ଭୟଭୀତ ହୋଇ ଯାଇଥିଲେ । ପରେ ଚିତ୍ରକୋଣ୍ଡାର ସ୍ଥାନୀୟ ଦୁଇ ଯୁବକ ମାଧବ ଓ ମାନସ ସାପ ଟିକୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିଲେ । ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଉଦ୍ଧାର କରାଯାଇଥିବା ସାପଟି ପ୍ରାୟ ଦଶ ଫୁଟ ହେବ । ସାପଟି ଖାଦ୍ୟ ଅନୁସନ୍ଧାନରେ ମେଡିକାଲ ପରିସର ଯାଇଥିବା ଅନୁମାନ କରାଯାଉଛି ।