ଓଡିଶା

odisha

ETV Bharat / state

ଚାକିରି ଦେବା ନାଁରେ ଯୌନ ନିର୍ଯ୍ୟାତନା, ଅଭିଯୁକ୍ତ ଅଟକ

ଚାକିରି ଦେବା ଆଳରେ ବିବାହିତା ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ । ଅଭିଯୁକ୍ତ ଅଟକ । ଅଧିକ ପଢନ୍ତୁ...

By

Published : Oct 29, 2021, 7:00 AM IST

ଚାକିରୀ ଦେବା ନାଁରେ ଯୌନ ନିର୍ଯ୍ୟାତନା, ଅଭିଯୁକ୍ତ ଅଟକ
ଚାକିରୀ ଦେବା ନାଁରେ ଯୌନ ନିର୍ଯ୍ୟାତନା, ଅଭିଯୁକ୍ତ ଅଟକ

କୋରାପୁଟ: ଚାକିରି ଦେବା ଆଳରେ ବିବାହିତା ମହିଳାଙ୍କୁ ଯୌନ ନିର୍ଯ୍ୟାତନା । କୋରାପୁଟ ଲକ୍ଷ୍ମୀପୁରରୁ ସାମ୍ନାକୁ ଆସିଛି ଏହି ଅଭିଯୋଗ । ଅଭିଯୋଗ ପରେ ସମ୍ପୃକ୍ତ ଯୁବକଙ୍କୁ ଟାଉନ ଥାନା ପୋଲିସ ଅଟକ ରଖିଛି । ଅଭିଯୁକ୍ତ ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଗ୍ରାମର ତୁଷାରକାନ୍ତି ତୁରୁ ହୋଇଥିବା ଜଣାପଡିଛି ।

ଚାକିରୀ ଦେବା ନାଁରେ ଯୌନ ନିର୍ଯ୍ୟାତନା, ଅଭିଯୁକ୍ତ ଅଟକ

ଟାଉନ ଥାନାଧିକାରୀ ଧୀରେନ ପଟ୍ଟନାୟକଙ୍କ କହିବାନୁଯାୟୀ, ତୁଷାର ଜଣେ ମହିଳାଙ୍କୁ ଚାକିରି କରାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା ଏବଂ ଚାକିରି ବାବଦରେ କଥାବାର୍ତ୍ତା କରିବା ବାହାନାରେ ତାଙ୍କୁ କୋରାପୁଟ ସହରର ଏକ ହୋଟେଲକୁ ଡକାଇଥିଲା । କିନ୍ତୁ ହୋଟେଲ ରୁମରେ ମହିଳାଙ୍କୁ ଇଚ୍ଛା ବିରୁଦ୍ଧରେ ଯୁବକ ଜଣକ ତାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିବାବେଳେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିବା ସୂଚନା ମିଳିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details