କୋରାପୁଟ: ଝଡ଼ିଗୁଡା କାଜୁ ଜଙ୍ଗଲରେ ସୋମବାର ଏକ ଯୁବକଙ୍କ ମରଶରୀର ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ଝଡ଼ିଗୁଡାର 22 ବର୍ଷୀୟ ଖଗ ଖିଲ ବୋଲି ଜଣାପଡିଛି ।
କାଜୁ ଜଙ୍ଗଲରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ - କାଜୁ ଜଙ୍ଗଲରେ ଯୁବକର ମୃତଦେହ ଉଦ୍ଧାର
କୋରାପୁଟ ଜିଲ୍ଲା ଝଡ଼ିଗୁଡା କାଜୁ ଜଙ୍ଗଲରେ ଏକ ଯୁବକଙ୍କ ମରଶରୀର ଗଛରୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହା ଆତ୍ମହତ୍ୟା ନା ହତ୍ୟା ସେ ସମ୍ପର୍କରେ ତଦନ୍ତ କରୁଛି ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଝଡ଼ିଗୁଡ଼ାରେ ହତ୍ୟା ଅଭିଯୋଗ
ମୃତକଙ୍କ ପରିଚୟ ମିଳିବା ପରେ ତା ପରିବାରକୁ ଦେଖଣାହାରୀ ବ୍ୟକ୍ତି ଖବର ଦେଇଥିଲେ । ଖଗଙ୍କର ଭାଇ କାର୍ତ୍ତିକଙ୍କ କହିବାନୁଯାୟୀ ଖଗ ଗତ ଶନିବାର ଗାଁ ରେ ଜଣେ ବ୍ୟକ୍ତିଙ୍କ ସହ ଝଗଡା କରିବା ପରେ ଘର ଛାଡି ବାହାରି ପଡିଥିଲେ । କିନ୍ତୁ ଖଗର ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ସୁପରିକଳ୍ପିତ ହତ୍ୟା ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ମରଶରୀରର ପୋଷ୍ଟମର୍ଟମ ପରେ ତଦନ୍ତ ଆରମ୍ଭ କରାଯିବ ବୋଲି ପୋଲିସ ଜଣାଇଛି ।
କୋରାପୁଟପୁ ସିଏଚ ଶାନ୍ତାକାର, ଇଟିଭି ଭାରତ