କୋରାପୁଟ: ଜିଲ୍ଲାର ସେମିଳିଗୁଡା ଅଞ୍ଚଳରେ ବିପୁଳ ପରିମାଣରେ ନକଲି ନୋଟ ଜବତ । ସେମିଳିଗୁଡାର ଜନୈକ ବ୍ୟବସାୟୀଙ୍କୁ 3 ଲକ୍ଷ 27 ହଜାର 600 ଟଙ୍କା ମୂଲ୍ୟର ନକଲି ନୋଟ ହସ୍ତାନ୍ତର କରିବାକୁ ଆସିଥିବା ବେଳେ ବନ୍ଧା ହେଲେ ଯୁବକ । ଯୁବକଙ୍କୁ ସେମିଳିଗୁଡା ବସ ଷ୍ଟାଣ୍ଡ ନିକଟରୁ ଗିରଫ କରାଯାଇଥିବା ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା ଜଣାଇଛନ୍ତି । ଅଭିଯୁକ୍ତ ଜଣକ 33 ବର୍ଷୀୟ ଅନାମ ଖିଲ ବୋଲି ଜଣାପଡିଛି । କୋରାପୁଟର ନନ୍ଦପୁର ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଯୁବକଙ୍କ ଏପରି ନକଲି ନୋଟ କାରାବାରରେ ସମ୍ପୃକ୍ତି ଚିନ୍ତାର କାରଣ ପାଲଟିଛି ।
3 ଲକ୍ଷରୁ ଊର୍ଦ୍ଧ୍ବ ନକଲି ନୋଟ୍ ଜବତ, ଯୁବକ ଗିରଫ - ନକଲି ନୋଟ କାରବାରରେ ଯୁବକ ଗିରଫ
ନକଲି ନୋଟ କାରବାରରେ ବନ୍ଧା ହେଲେ ଯୁବକ । ଅଭିଯୁକ୍ତ ନିକଟରୁ 3 ଲକ୍ଷ 27 ହଜାର 600 ଟଙ୍କା ମୂଲ୍ୟର ନକଲି ନୋଟ ଜବତ । ଅଧିକ ପଢନ୍ତୁ...
ନକଲି ନୋଟ କାରବାରରେ ବନ୍ଧା ହେଲେ ଯୁବକ
ସୂଚନାଯୋଗ୍ୟ, ଅଭିଯୁକ୍ତଟି ଲେକଡିଗୁଡା ଗାଁର ହୋଇଥିବା ବେଳେ ସେ ପଟ୍ଟାଙ୍ଗି ବ୍ଲକ ମାଳି ଦୁସୁରା ଗ୍ରାମର ଜଗଦୀଶ ଠାରୁ ଏହି ନକଲି ନୋଟ ପାଇଥିଲା । ଜବତ ହୋଇଥିବା ନକଲି ନୋଟ ମଧ୍ୟରେ 99 ଟି 2000 ଟଙ୍କିଆ ନୋଟ ଥିବାବେଳେ 236 ଟି 500 ଟଙ୍କିଆ ଓ 116 ଟି 100 ଟଙ୍କିଆ ଅବିକଳ ମୁଦ୍ରଣ ହୋଇଥିବା ନୋଟ ରହିଥିବା ଏସଡିପିଓ ସୂଚନା ଦେଇଛନ୍ତି । ତେବେ ପୋଲିସ ଯୁବକକୁ ଗିରଫ କରିବା ସହ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ