ଓଡିଶା

odisha

ETV Bharat / state

‘ଆଶା ଅଛି ଜାତୀୟ ଦଳରେ ଖେଳିବି’

ଓଡିଶାର ଉଦୀୟମାନ ତଥା ଯୁବ କ୍ରିକେଟର ସ୍ବସ୍ତିକ ସାମଲ ନିଜ ଜନ୍ମ ସ୍ଥାନ କୋରାପୁଟ ଆସିଥିଲା ବେଳେ କ୍ରିକେଟ କ୍ୟାରିଅର ନେଇ ବିଷୟରେ ଇଟିଭି ଭାରତ ସହ କରିଛନ୍ତି ସ୍ବତନ୍ତ୍ର ସାକ୍ଷାତକାର । ଅଧିକ ପଢନ୍ତୁ...

young-cricketer-swastik-samal-interview-with-etvbharat-odia
ଫଟୋ ସୌଜନ୍ୟ: ସମ୍ବାଦଦାତା,କୋରାପୁଟ

By

Published : Jan 2, 2020, 3:54 AM IST

କୋରାପୁଟ: କ୍ରୀଡ଼ା ଜଗତରେସ୍ତ କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି । କୋରାପୁଟ ସହର ମଧ୍ୟରେ ପୂଜାରୀପୁଟ କଲୋନୀରେ ଜନ୍ମ ଗ୍ରହଣ କରି ରାଉରକେଲାରେ ଶିକ୍ଷା ଗ୍ରହଣ କରିଥିବା ସ୍ବସ୍ତିକଙ୍କର ପିଲାଟି ଦିନରୁ କ୍ରିକେଟ ପ୍ରତି ଓଡ଼ିଆ ପୁଅ ସ୍ବସ୍ତିକ ସାମଲଙ୍କ ରହିଛି ଦୁର୍ବଳତା । ନିଜ ଜନ୍ମମାଟିକୁ ସ୍ବସ୍ତୀକ ଆସିଥିବା ବେଳେ ଭବିଷ୍ୟତ କାର୍ଯ୍ୟ ପନ୍ଥା ନେଇ ଇଟିଭି ଭାରତ ସହ କରିଛନ୍ତି ସ୍ବତନ୍ତ୍ର ଆଲେଚନା ।

କୋରାପୁଟ ଜନ୍ମିତ ଯୁବ କ୍ରିକେଟରଙ୍କ କମାଲ

2015-16 ରେ ସ୍ବସ୍ତିକ 16 ବର୍ଷରୁ କମ ଦଳରେ ସ୍ଥାନ ପାଇ ରାଜ୍ୟସ୍ତରୀୟ କ୍ରିକେଟରେ ଖେଳିବା ଆରମ୍ଭ କରିଥିଲେ । ଏହାପରେ ବିନୁମାଙ୍କଡ଼ ଟ୍ରଫି, କୁଚ ବେହେରା ଟ୍ରଫି, ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି, ବିଜୟ ହଜାରେ ଟ୍ରଫିରେ ଭାଗ ନେଇ ନିଜର ପରାକାଷ୍ଠା ଦେଖାଇଛନ୍ତି । ସଫଳତାର ସହ ନିଜ କ୍ରୀଡା କୌଶଳ ପ୍ରଦର୍ଶନ କରି ସ୍ବସ୍ତିକ 19 ବର୍ଷରୁ କମ ଦଳର କ୍ୟାପଟେନ ଭାବରେ ଦାୟିତ୍ବ ନେବାର ସୁଯୋଗ ପାଇଥିଲେ ।

ବର୍ତମାନ ଓଡିଶା ପାଇଁ 23 ବର୍ଷରୁ କମ ଦଳର ଅଧିନାୟକ ଭୂମିକାକୁ ବେଶ ସଫଳତାର ସହ ତୁଲାଉଛନ୍ତି ସ୍ବସ୍ତୀକ । କ୍ରମାଗତ ଭାବେ ଉନ୍ନତ ପ୍ରଦର୍ଶନ ଜାରି ରଖିଥିବାରୁ ଭବିଷ୍ୟତରେ ଜାତୀୟ ଦଳରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି ସେ । ବୁଧବାର କୋରାପୁଟ ନିଜ ଘରକୁ ଆସିଥିବା ସମୟରେ ଇଟିଭି ଭାରତ ସହ ସ୍ବସ୍ତିକ ସାକ୍ଷାତ କରି ତାଙ୍କ କ୍ରିକେଟ କ୍ୟାରିଅର ଓ ଓଡ଼ିଶାରେ କ୍ରିକେଟର ଉପଲବ୍ଧ ପରିବେଶ ସମ୍ପର୍କରେ କରିଛନ୍ତି ବିଶେଷ ଆଲୋଚନା ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ABOUT THE AUTHOR

...view details