ଓଡିଶା

odisha

ETV Bharat / state

ଅକ୍ଷର ବ୍ରହ୍ମ ଓ ରଥକାଠ ପୂଜା ସହ ଶାବର ଶ୍ରୀକ୍ଷେତ୍ରରେ ପାଳିତ ହେଲା ଅକ୍ଷୟ ତୃତୀୟା

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୁଏ। ଆଜି କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ଅକ୍ଷର ବ୍ରହ୍ମ ଓ ରଥ କାଠ ପୂଜା ସହ ଅକ୍ଷୟ ତୃତୀୟା ପାଳନ କରାଯାଇଛି ।

worship-of-matarabnam-
ବିନା ଭକ୍ତ ରେ ହେଲା ମହାପ୍ରଭୁଙ୍କ ଚନ୍ଦନଯାତ୍ରା

By

Published : May 15, 2021, 8:30 PM IST

କୋରାପୁଟ: ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୁଏ। ଆଜି କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ଅକ୍ଷର ବ୍ରହ୍ମ ଓ ରଥ କାଠ ପୂଜା ସହ ଅକ୍ଷୟ ତୃତୀୟା ପାଳନ କରାଯାଇଛି । ସମ୍ପୂର୍ଣ୍ଣ କୋରୋନା କଟକଣା ମଧ୍ୟରେ ପାଳନ କରାଯାଇଛି ।

ଅକ୍ଷର ବ୍ରହ୍ମ ଓ ରଥକାଠ ପୂଜା ସହ ଶାବର ଶ୍ରୀକ୍ଷେତ୍ରରେ ପାଳିତ ହେଲା ଅକ୍ଷୟ ତୃତୀୟା

ଶାବରଙ୍କ ଇଷ୍ଟ ଦେବତା ଅକ୍ଷର ବ୍ରହ୍ମ , ମାତାରବ୍ନମଙ୍କୁ ଶାବର ଶ୍ରୀକ୍ଷେତ୍ରର ଆଦିବାସୀ ପୂଜକ ରାମଚନ୍ଦ୍ର ଗେମେଲ ପତ୍ର ପୁଷ୍ପ ଓ ଫଳ ନୈବେଦ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଛନ୍ତି । ସମସ୍ତ ଚାଷୀକୂଳ ପାଇଁ ଚାଷ ଅନୁକୂଳ ପରିସ୍ଥିତି ପ୍ରଦାନ କରିବା ନିମନ୍ତେ ପ୍ରାର୍ଥନା ଓ ଅକ୍ଷୟ ତୃତୀୟାର ସେବା ଯୋଗାଇ ପାଇଁ ପୂଜା କରିଛନ୍ତି । ଏହା ସହ କୋରାପୁଟର ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଚଳିତ ବର୍ଷର ଶ୍ରୀଗୁଣ୍ଡିଚା ଯାତ୍ରାରେ ବ୍ୟବହାର ହେବାକୁ ଥିବା ରଥର ସିଂହାସନ କାଠକୁ ପୂଜା ସମ୍ପନ୍ନ ହୋଇଯାଇଛି । ଆଜି କୋଭିଡ କଟକଣା ଲାଗିଥିବା ଯୋଗୁଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ମନା ଥିଲା । ତେଣୁ ମନ୍ଦିରର ପୂଜକ , ରଥ ନିର୍ମାଣ କରୁଥିବା ବିଶ୍ଵକର୍ମା ଓ ମନ୍ଦିରର ସମ୍ପାଦକଙ୍କ ଉପସ୍ଥିତିରେ ବିଧି ମୁତାବକ ରଥ ନିର୍ମାଣ ର ଅନୁକୂଳ ପୁଜା ଅନୁଷ୍ଠିତ ହୋଇଯାଇଛି ବୋଲି ମନ୍ଦିରର ସହ ସମ୍ପାଦକ ଜଗବନ୍ଧୁ ସାମଲ କହିଛନ୍ତି ।

ବିଗତ ବର୍ଷ ତିନୋଟି ରଥକୁ ନେଇ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥିବା ବେଳେ ଗତ ବର୍ଷ କୋଭିଡ କଟକଣା ଲାଗିଥିବା ଯୋଗୁଁ ମନ୍ଦିର ପରିବେଶ ମଧ୍ୟରେ ହିଁ ଏକ ଛୋଟ ରଥରେ ତିନି ଠାକୁରଙ୍କୁ ବସାଇ ଯାତ୍ରା ସମ୍ପନ୍ନ କରାଯାଇଥିଲା । ଚଳିତ ବର୍ଷ ଯାତ୍ରାର ରୂପରେଖ କିପରି ହେବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।ଆଗାମୀ ଦିନରେ କୋରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ତେବେ ରଥଯାତ୍ରା ତିନୋଟି ରଥ ହେଉ ବା ଗୋଟିଏ ରଥ ମନ୍ଦିର କର୍ତୃପକ୍ଷ ନିର୍ମାଣ କରିବା ପାଇଁ ପ୍ରସ୍ତୁତ ବୋଲି ରଥ ନିର୍ମାଣ କରୁଥିବା ବିଶ୍ଵକର୍ମା ସନ୍ୟାସୀ ମାଝୀ କହିଛନ୍ତି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details