କୋରାପୁଟ: ଗୁରୁବାର ସାରା ଦେଶ ପାଳିଛି ବିଶ୍ବ ମୃତ୍ତିକା ଦିବସ । ଏହି ଅବସରରେ କୋରାପୁଟ ସୁନାବେଡା ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସଏଲ ଆଣ୍ଡ ୱାଟର କଞ୍ଜରଭେସନ(ଆଇସିଏଆର) ଆନୁକୂଲ୍ୟରେ ବିଶ୍ବ ମୃତ୍ତିକା ଦିବସ ପାଳନ କରାଯାଇଛି ।
ଶସ୍ୟ ନଷ୍ଟର ଏକମାତ୍ର କାରଣ ମୃତ୍ତିକା ଅବକ୍ଷୟ
ମୃତ୍ତିକା ଅବକ୍ଷୟ ଯୋଗୁଁ କୋରାପୁଟ ଜିଲ୍ଲାରେ ପ୍ରତିବର୍ଷ ନଷ୍ଟ ହେଉଛି 60 କୋଟି ଟଙ୍କାର ଶସ୍ୟ । ବିଶ୍ବ ମୃତ୍ତିକା ଦିବସ ଅବସରରେ ସାମିଲ ବୈଜ୍ଞାନିକମାନେ ଏନେଇ ମତ ରଖଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
କୋରାପୁଟ ଜିଲ୍ଲାର 4.12 ଲକ୍ଷ ହେକ୍ଟର ଜମି ମଧ୍ୟରୁ 46.5% ଭାଗରେ ମୃତ୍ତିକା ଅବକ୍ଷୟ ହୋଇଛି । ମୃତ୍ତିକା ଅବକ୍ଷୟ ଯୋଗୁଁ ଜିଲ୍ଲାରେ ପ୍ରତିବର୍ଷ 60 କୋଟି ଟଙ୍କାର ନଷ୍ଟ ହେଉଛି ଶସ୍ୟ । ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମୃତ୍ତିକା ବୈଜ୍ଞାନିକମାନେ ଏନେଇ ମତ ରଖିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ଓ ବିଧାୟକ ରଘୁରାମ ପାଡାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ