ଓଡିଶା

odisha

ETV Bharat / state

ଦୃଷ୍ଟିହୀନ ବିଦ୍ୟାଳୟରେ ବିଶ୍ୱ ହାତଧୁଆ ଦିବସ ପାଳିତ - ବିଶ୍ବ ହାତଧୁଆ ଦିବସ ପାଳିତ

ସେଭ ଦ ଚିଲଡ୍ରେନ୍ ଆନୁକୁଲ୍ୟରେ କୋରାପୁଟ ସହରରେ ଥିବା ଦୃଷ୍ଟିହୀନ ବିଦ୍ୟାଳୟରେ ବିଶ୍ବ ହାତଧୁଆ ଦିବସ ପାଳିତ । ଅଧିକ ପଢନ୍ତୁ

ଦୃଷ୍ଟିହୀନ ବିଦ୍ୟାଳୟରେ ବିଶ୍ବ ହାତଧୁଆ ଦିବସ ପାଳିତ
ଦୃଷ୍ଟିହୀନ ବିଦ୍ୟାଳୟରେ ବିଶ୍ବ ହାତଧୁଆ ଦିବସ ପାଳିତ

By

Published : Oct 15, 2022, 10:47 PM IST

କୋରାପୁଟ:ଆଜି ବିଶ୍ବ ହାତଧୁଆ ଦିବସ(World Handwashing Day) । ହାତ ସଫା ରଖିବା, କୌଣସି କାର୍ଯ୍ୟ ପରେ ହାତ ଧୋଇବା ଏବଂ ବିଶେଷ କରି ଭୋଜନ ପୂର୍ବରୁ ଏବଂ ପରେ ଭଲ ଭାବେ ହାତ ସଫା ରଖିବାକୁ ପରାମର୍ଶ ଦେବା ଏବଂ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଜି କୋରାପୁଟରେ ବିଶ୍ବ ହାତ ଧୁଆ ଦିବସ ପାଳିତ ହୋଇଯାଇଛି । ସେଭ ଦ ଚିଲଡ୍ରେନ୍ ଆନୁକୁଲ୍ୟରେ କୋରାପୁଟ ସହରରେ ଥିବା ଦୃଷ୍ଟିହୀନ ବିଦ୍ୟାଳୟରେ ହାତ ଧୋଇବା କୁ ନେଇ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ହାତ ଧୁଆର ଗୁରୁତ୍ଵକୁ ନେଇ ଏଠାରେ ସଚେତନ କରାଯାଇଥିଲା ।

ଦୃଷ୍ଟିହୀନ ବିଦ୍ୟାଳୟରେ ବିଶ୍ବ ହାତଧୁଆ ଦିବସ ପାଳିତ

ସେହିପରି ଛାତ୍ର ମାନେ ମଧ୍ୟ ହାତଧୁଆ ଦିବସ ସାଙ୍ଗକୁ ହ୍ୱାଇଟ ଷ୍ଟିକ୍ ଦିବସ ଅବସରରେ ଭୌତିକ ଓ ସ୍ଵାସ୍ଥ୍ୟଗତ ସୁରକ୍ଷା ସମ୍ପର୍କରେ ସୂଚନା ପାଇଥିବା ଯୋଗୁଁ ଲାଭବାନ ହୋଇଥିବା ଛାତ୍ର ମାନେ ଜଣାଇଛନ୍ତି । ଆଜି ଦୃଷ୍ଟିହୀନ ବିଦ୍ୟାଳୟରୁ ଆରମ୍ଭ ହୋଇଥିବା ହାତ ଧୁଆ ଅଭିଯାନରେ ଆସନ୍ତା ବର୍ଷା ମାର୍ଚ୍ଚ ମାସ ମଧ୍ୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ ବୋଲି ସେଭ୍ ଦ ଚିଲଡ୍ରେନ୍ ର ଆଞ୍ଚଳିକ ସଂଯୋଜକ ବିଦ୍ୟାଧର ମେହେର ସୂଚନା ଦେଇଛନ୍ତି । ଆଜି ଏହି କ୍ରମରେ ଦୃଷ୍ଟି ହିନ ବିଦ୍ୟାଳୟ ସମେତ ରଙ୍ଗବାଲି କୁମ୍ଭା ପ୍ରାଥମିକ ବିଦ୍ୟାଳୟ ତଥା କୋରାପୁଟ ସହ ରେ ଥିବା ବିକାଶ ବିଦ୍ୟାଳୟରେ ଏହି ଦିବସ ପାଳିତ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ-CM Naveen To Address: ସଂଧ୍ୟା ସାଢେ ୬ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଏନେଇ ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି, ''ସେମାନେ ଯେହେତୁ ଦୃଷ୍ଟି ବାଧିତା ପିଲା ସେମାନେ ଜାଣିପାରନ୍ତିନି ପରସ୍ପର ହାତଧରାଧରି ହୋଇ ଚାଲନ୍ତି ଓ ପ୍ରତ୍ୟେକ ଜନିଷକୁ ମଧ୍ୟ ଛୁଅନ୍ତି । ତେଣୁ ଆଜିର ଦିବସଟି ସେମାନଙ୍କ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ, ଆଉ ସେମାନେ ଆଜିଠାରୁ ଶିଖିଲେ ପ୍ରତ୍ୟେକ ଜିନିଷକୁ ଛୁଇଁବା ପରେ ନିଶ୍ଚିନ୍ତ ହାତ ଧୋଇବୁ ଓ ପ୍ରତ୍ୟେକ ଥର ଖାଇବା ପୂର୍ବରୁ ହାତ ଧୋଇବୁ ।''

2022 ଗ୍ଲୋବାଲ୍ ହ୍ୟାଣ୍ଡୱାସିଂ ଡେ ଥିମ୍ ହେଉଛି 'ୟୁନିଟ ଫର୍ ୟୁନିଭର୍ସାଲ ହ୍ୟାଣ୍ଡ ହାଇଜିନ୍'(Unite for Universal Hand Hygiene) ଅର୍ଥାତ୍ ହାତ ସଫା ରଖିବା ପାଇଁ ବିଶ୍ବସ୍ତରରେ ଏକଜୁଟ ହୁଅ । ଅଗଷ୍ଟ 2008 ରେ ସ୍ୱିଡେନର ଷ୍ଟକହୋମ ଠାରେ ବାର୍ଷିକ ବିଶ୍ୱ ଜଳ ସପ୍ତାହ(World Water Week)ରେ ଗ୍ଲୋବାଲ ହ୍ୟାଣ୍ଡୱାସିଂ ପାର୍ଟନରସିପ(GHP) ଦ୍ୱାରା ଗ୍ଲୋବାଲ ହ୍ୟାଣ୍ଡ ୱାଶିଂ ଡେ' ଆରମ୍ଭ କରାଯାଇଥିଲା । ପ୍ରଥମ ଗ୍ଲୋବାଲ୍ ହ୍ୟାଣ୍ଡୱାଶିଂ ଡେ' 15 ଅକ୍ଟୋବର 2008 ରେ ହୋଇଥିଲା, ଯେତେବେଳେ ସାରା ବିଶ୍ୱରେ 120 ମିଲିୟନରୁ ଅଧିକ ପିଲା 70 ରୁ ଅଧିକ ଦେଶରେ ସାବୁନରେ ହାତ ଧୋଇଥିଲେ । ଜାତିସଂଘ ସାଧାରଣ ସଭା ଦ୍ୱାରା ଏହି ତାରିଖ ନିଯୁକ୍ତ କରାଯାଇଥିଲା ।

ABOUT THE AUTHOR

...view details