ଓଡିଶା

odisha

ETV Bharat / state

ବିଶ୍ବ ସାଇକେଲ ଦିବସ, ଉତ୍ତମ ସ୍ବାସ୍ଥ୍ୟ ପାଇଁ ସାଇକେଲ ଚାଳନା ନିହାତି ଆବଶ୍ୟକ - କୋରାପୁଟରେ ସାଇକେଲ ଦିବସ ପାଳିତ

ଗତକାଲି ବିଶ୍ବ ସାଇକେଲ ଦିବସ ପାଳିତ ହୋଇଯାଇଛି । ପରିବେଶ ସୁରକ୍ଷା, ଇନ୍ଧନ ରକ୍ଷା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସାଇକେଲ ଚାଳନା ନିହାତି ଆବଶ୍ୟକ । ଅଧିକ ପଢନ୍ତୁ

ବିଶ୍ବ ସାଇକେଲ ଦିବସ
ବିଶ୍ବ ସାଇକେଲ ଦିବସ

By

Published : Jun 4, 2023, 2:14 PM IST

ବିଶ୍ବ ସାଇକେଲ ଦିବସ

କୋରାପୁଟ:ପରିବେଶ ସୁରକ୍ଷା, ଇନ୍ଧନ ରକ୍ଷା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସାଇକେଲ ଚାଳନା ନିହାତି ଆବଶ୍ୟକ । ସାଇକେଲ କେବଳ ପରିବହନର ମାଧ୍ୟମ ନୁହେଁ ବରଂ ଏହାଦ୍ବାରା ଅନେକ ରୋଗ ବି ଦୂର ହୁଏ । ବଡ଼କଥା ହେଉଛି ସାଇକେଳ ଚଳାଇବା ଦ୍ବାରା ପରିବେଶ ଉପରେ ଏକ ସକାରାତ୍ମକ ପ୍ରଭାବ ପଡିଥାଏ । ମାନସିକ ଓ ଶାରିରୀକ ଭାବେ ସୁସ୍ଥ ରହିବାକୁ ହେଲେ ସାଇକେଲ ଚାଳନାଠୁ ଭଲ ବାୟ୍ୟାମ ଆଉ କଣ ବା ହୋଇପାରେ । କୋରାପୁଟ ବ୍ଲକର କେନ୍ଦୁବେଡା ଗାଁରେ ରାମଚନ୍ଦ୍ର କମାରଙ୍କ ସାଇକେଲ ଖରାପ ହୋଇ ଯାଇଥିବାରୁ ସାଇକଲଟିକୁ କାନ୍ଥରେ ଟଙ୍ଗାଇ ରଖିଛନ୍ତି । ଯେବେ ହାତରେ ଦୁଇପଇସା ହେବ ସେବେ ଟାୟାର କିଣିବେ ଓ ପୁଣିଥରେ କୁଲି କାମ କରିବା ପାଇଁ ସାଇକଲରେ ଯିବେ । ଯୁବାବସ୍ଥାଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ସହ ଏହି ସାଇକଲଟି ବନ୍ଧୁର ଭୂମିକା ନିଭାଇଛି । ତେଣୁ ତାକୁ କେମିତି ସେ ନିଜଠାରୁ ଦୁର କରିପାରିବେ । ଗତକାଲି ବିଶ୍ବ ସାଇକେଲ ଦିବସ ଅବସରରେ କୋରାପୁଟରେ ସାଇକେଲକୁ ନେଇ ଅନେକ ଅନ୍ତରଙ୍ଗ କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଗମନାଗମନର ବ୍ୟବସ୍ଥାର ଅଭାବ ଯୋଗୁଁ ଗାଁ ଗଣ୍ଡାରୁ ପୁରୁଷ ଓ ମହିଳା କାନ୍ଧରେ ଓ ମୁଣ୍ଡରେ ବୋଝ ବୋହି କୋରାପୁଟ ବଜାରକୁ ଆସୁଥିଲେ । ତାପରେ ଘରେ ଘରେ ସାଇକେଲ ବ୍ୟବହାର ବଢ଼ିବା ଦ୍ବାରା ସେମାନଙ୍କ ଏହି କଷ୍ଟ ଲାଘବ ହୋଇ ପାରିଥିଲା । ହେଲେ ବର୍ତ୍ତମାନ ରାସ୍ତାଘାଟର ବ୍ୟବସ୍ଥା ସାଙ୍ଗକୁ ଗାଁକୁ ଅଟୋରିକ୍ସା ଚାଲିବା ଫଳରେ ସାଇକଲର ଆଦର ଧୀରେଧୀରେ କମିବାରେ ଲାଗଥିବା ନେଇ ସାଇକେଲ ବିକ୍ରେତା ସତ୍ୟନାରାୟଣ ମହାନ୍ତି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଘଟିବା ସହିତ ଆଧୁନିକ କୌଶଳରେ ନିର୍ମିତ ସାଇକେଲର ବିକ୍ରି ବୃଦ୍ଧି ପାଇଛି । ସେପଟେ ଆଧୁନିକ ସାଇକେଲର ସୁବିଧା ଓ ବ୍ୟାୟାମ କରିବା ପାଇଁ ବିଭିନ୍ନ ଉପାୟକୁ ଲୋକ ଅବଲମ୍ବନ କରୁଛନ୍ତି । ହେଲେ ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସର ସମ୍ଭାବ୍ୟ କ୍ଳାନ୍ତି ଉପରେ ବିଜୟ ହାସଲ କରି ଅବସରପ୍ରାପ୍ତ ଗାଳ୍ପିକ ନାରାୟଣ ପଣ୍ଡା ପାରମ୍ପରିକ ସାଇକେଲ ବ୍ୟବହାର କରି ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରୁଥିବା ଦ୍ବାରା କୋରପୁଟବାସୀଙ୍କ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ପାଲଟିଛନ୍ତି । ଶାରୀରିକ ଓ ମାନସିକ ଶକ୍ତିକୁ ଅଧିକ କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରତିଦିନ ସାଇକେଲ ଚାଳନା ସହାୟକ ହେଉଥିବା ନାରାୟଣ ପଣ୍ଡା ଜଣାଇଛନ୍ତି ।

ଏଥି ସହିତ ସାଇକେଲ ଚଲାଇବା ଦ୍ଵାରା ସାମାଜିକ ସ୍ତରରେ ପରିବେଶ ଅଧିକ ପ୍ରଦୂଷିତ ହେବାରୁ ସୁରକ୍ଷିତ ରଖିବାର ପ୍ରୟାସ ଭାବେ ସେ ଗ୍ରହଣ କରିଥିବା କହିଛନ୍ତି । ସାଇକେଲ ବ୍ୟବହାର କରିବା ଦିଗରେ ସରକାର ଜାତୀୟ ସାଇକେଲ ଦିବସ ପାଳନ ଅବସରରେ ଜନସଚେତନତା ସୃଷ୍ଟି କରିବା ପାଇଁ ଦେଶ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ ନାରାୟଣ ପଣ୍ଡାଙ୍କ ଏହି ବ୍ୟକ୍ତିଗତ ପ୍ରୟାସ ପ୍ରଶଂସିତ ହୋଇଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details