କୋରାପୁଟ: ଅପସ୍ମାର ଏକ ସ୍ନାୟୁଜନିତ ରୋଗ । ଏହି ରୋଗକୁ ନେଇ ଅନେକ ଡାକ୍ତରୀ କିମ୍ବଦନ୍ତୀ ରହିଛି । କିନ୍ତୁ ଏହି ରୋଗର ସଠିକ କାରଣ ଆଜି ଜଣା ପଡ଼ିପାରିନି । ଅଧିକାଂଶ ସ୍ଥାନରେ ଏହି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ଭୁଲ୍ ଧାରଣା ରହିଛି । ଏହାକୁ କେତେକ ମାନସିକ ରୋଗ ବୋଲି ଧରି ନିଅନ୍ତି । ଏହି ରୋଗକୁ ନେଇ ସଚେତନ କରିବାକୁ ଆଗେଇ ଆସିଛି କୋରାପୁଟର Word ସ୍ବେଚ୍ଛାସେବୀ ସଂଗଠନ ।
ଅପସ୍ମାର ବା ଏପିଲେପ୍ସି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଜୀବନରେ ନୂଆ ଆଶା ସଞ୍ଚାର କରାଇଛି Word ସ୍ବେଚ୍ଛାସେବୀ ସଂଗଠନ । ବ୍ରେକିଂ ଦି ସାଇଲେନ୍ସ ନାମରେ ଅଭିଯାନ ଆରମ୍ଭ କରି ପ୍ରଥମେ କୋରାପୁଟର ଲକ୍ଷ୍ମୀପୁର ଅଞ୍ଚଳରେ ଅନେକ ଅପସ୍ମାର ରୋଗୀଙ୍କୁ ଚିହ୍ନଟ କରିବା ସହ ଚିକିତ୍ସା ଦାୟିତ୍ବ ନେଉଛି । ଚିକିତ୍ସା ରୋଗୀ ଜଣକ ସୁସ୍ଥ ହେବା ପର୍ଯ୍ୟନ୍ତ ଦାୟିତ୍ବ ନେଉଛି Word ସଂଗଠନ ।
ଅପସ୍ମାରକୁ ନେଇ ଅନେକ ଲୋକ ଏବେବି ସଚେତନ ନାହାନ୍ତି । ତେବେ ଅପସ୍ମାରକୁ ନେଇ ଲୋକଙ୍କ ସଚେତନ କରାଇବା ଆରମ୍ଭ କରିଛି କୋରାପୁଟର ସ୍ବେଚ୍ଛାସେବୀ ସଂଗଠନ । ନାରାୟଣପାଟଣାର ୫ଟି ପଞ୍ଚାୟତର 68ଟି ଗ୍ରାମରେ ସର୍ଭେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଏହି ସର୍ଭେ ମୁତାବକ 72 ଜଣ ମାନସିକ ରୋଗୀଙ୍କ ସହ ୧୯୭ ଅପସ୍ମାର ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗ ଭୟରେ ଅଧିକାଂଶ ଛାତ୍ରଛାତ୍ରୀ ପାଠପଢାରେ ଡୋରି ବାନ୍ଧି ସାରିଲେଣି ।