ଓଡିଶା

odisha

ETV Bharat / state

ମହିଳା ଗ୍ରୁପର ସଙ୍ଗୀନ ଅଭିଯୋଗ, ପିସି ନଦେବାରୁ SHGକୁ ଦିଆଯାଇଛି ଅସାମାଜିକ ଦଳ ଆଖ୍ୟା

ପିସି ନଦେବାରୁ ଏସଏଚଜି ଗ୍ରୁପକୁ ଅସାମାଜିକ ଆଖ୍ୟା ଦିଆଯାଉଥିବା ଅଭିଯୋଗ । ମିଶନ ଶକ୍ତି ଗୃହ ନିର୍ମାଣ ସମୟରେ ମୁନିସିପାଲିଟିକୁ ପିସି ନ ଦେବାରୁ ଏପରି ମିଥ୍ୟା ଅପବାଦ ଲଗାଉଥିବା ମହିଳା ଗ୍ରୁପ କଲା ଦାବି । ଅଧିକ ପଢ଼ନ୍ତୁ

ପିସି ନଦେବାରୁ ଏସଏଚଜି ଗୃପକୁ ଅସାମାଜିକ ଆଖ୍ୟା ଦିଆଯାଉଥିବା ଅଭିଯୋଗ
ପିସି ନଦେବାରୁ ଏସଏଚଜି ଗୃପକୁ ଅସାମାଜିକ ଆଖ୍ୟା ଦିଆଯାଉଥିବା ଅଭିଯୋଗ

By

Published : May 7, 2023, 9:54 AM IST

ପିସି ନଦେବାରୁ ଏସଏଚଜି ଗୃପକୁ ଅସାମାଜିକ ଆଖ୍ୟା ଦିଆଯାଉଥିବା ଅଭିଯୋଗ

କୋରାପୁଟ:ପିସି ନଦେବାରୁ ଏସଏଚଜି ଗୃପକୁ ଅସାମାଜିକ ଆଖ୍ୟା ଦିଆଯାଉଥିବା ଅଭିଯୋଗ । ମିଶନ ଶକ୍ତି ଗୃହ ନିର୍ମାଣ ସମୟରେ ମୁନିସିପାଲିଟିକୁ ପିସି ନଦେବାରୁ ଏପରି ମିଥ୍ୟା ଅପବାଦ ଲଗାଉଥିବା ମହିଳା ଗ୍ରୁପ ଦାବି କରିଛି । କୋରାପୁଟ ସହରସ୍ଥିତ ପିଏଚଡ଼ି କଲୋନୀର ଅଗ୍ନିଗଙ୍ଗାମ୍ମା ଏସଏଚଜି ଗ୍ରୁପ । ଏହି ଗ୍ରୁପକୁ ମୁନିସିପାଲିଟି କର୍ତ୍ତୃପକ୍ଷ ଅସାମାଜିକ ଦଳ ବୋଲି ଆଖ୍ୟା ଦେଇଥିବା ମହିଳା ଗୋଷ୍ଠୀ ଅଭିଯୋଗ କରିଛନ୍ତି । ଏହି ଗୃହ ନିର୍ମାଣ ସମୟରେ ସାତ ଲକ୍ଷ ଟଙ୍କାର କାମ ପାଇଁ ମୁନିସିପାଲିଟି କର୍ତ୍ତୃପକ୍ଷ 70 ହଜାର ଟଙ୍କା ପିସି ମାଗିଥିବା ଅଭିଯୋଗ କରିଛନ୍ତି ମହିଳା ଗୋଷ୍ଠୀ ।

ଗତ କିଛିଦିନ ପୂର୍ବେ କୋରାପୁଟ ପୌରପରିଷଦ କାର୍ଯ୍ୟାଳୟ ତରଫରୁ 21ଟି ୱାର୍ଡରେ 21 ଜଣ ୱାର୍ଡ କୋର୍ଡିନେଟର ନିଯୁକ୍ତ କରିବା ପାଇଁ ବିଜ୍ଞପ୍ତି ବାହାରିଥିଲା । ଏସଏଚଜିର ଜଣେ ସଦସ୍ୟ ଏହି ୱାର୍ଡ କୋର୍ଡିନେଟର ଭାବେ କାମ କରିବେ । କୋର୍ଡିନେଟର ପାଇଁ 10 ହଜାର ଟଙ୍କା ଓ ଗ୍ରୁପର ପରିଚାଳନା ଖର୍ଚ୍ଚ ବାବଦରେ ଆଉ ଦୁଇ ହଜାର ଟଙ୍କା ଦେବାର ବ୍ୟବସ୍ଥା ଥିବା ବିଜ୍ଞାପନ ମାଧ୍ୟମରେ ସୂଚାଇ ଦିଆଯାଇଥିଲା ।

ତେବେ ସମସ୍ତ କାଗଜ ପତ୍ର ଦାଖଲ କରିବା ପରେ ମୁନିସିପାଲିଟି କର୍ତ୍ତୃପକ୍ଷ ଅଗ୍ନିଗଙ୍ଗାମ୍ମା ଏସଏଚଜିକୁ ଅସାମାଜିକ ଭାବେ ପରିଗଣିତ କରିଥିଲା । ଏହାସହ ଏହି ଗ୍ରୁପର କାହାରିକୁ ୱାର୍ଡ କୋର୍ଡିନେଟର ଭାବେ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ । ତେବେ ଜିଲ୍ଲାର ଏକ ଅଗ୍ରଣୀ ମିଶନ ଶକ୍ତି ଗ୍ରୁପ ଭାବେ ବିଭିନ୍ନ ମଞ୍ଚରେ ପୁରସ୍କୃତ ହୋଇଥିବା ଏହି ଗ୍ରୁପଟିକୁ କେଉଁ ଆଧାରରେ ଏକ ଅସାମାଜିକ ଗ୍ରୁପ ଭାବେ ପରିଗଣିତ କରାଗଲା ବୋଲି ପ୍ରଶ୍ନ କରିଛି ଗ୍ରୁପ ।

ମହିଳା ଦଳର ସମ୍ପାଦକ ଅନୁପମା ବାରିକ ଅଭିଯୋଗ କରିଛନ୍ତି, ‘‘ଗ୍ରୁପର ମହିଳା ସଦସ୍ୟମାନେ ପୌର ଅଧିକାରୀ ସ୍ବସ୍ତିକ ଜମାଦାରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଥିଲେ । କିନ୍ତୁ ଆମ କଥାକୁ ଶୁଣିବା ତଦୂରର କଥା ମହିଳାମାନେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗ କରି ଜମାଦାର ପୋଲିସ ଡକାଇଥିଲେ । କର୍ତ୍ତୃପକ୍ଷଙ୍କ ଦଳକୁ ଅକାରଣରେ ଅସାମାଜିକ ବୋଲି ଆଖ୍ୟା ଦିଆଯିବାକୁ ପ୍ରତିବାଦ ଜଣାଇ ପୌର ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ମାନହାନି ମୋକଦ୍ଦମା କରାଯିବ’’। ତେବେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ପୌର ନିର୍ବାହୀ ଅଧିକାରୀ ଜମାଦାର ଘଟଣାର ତଦନ୍ତ କରାଯିବ ଓ ବିହିତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details