କୋରାପୁଟ: କୋଟପାଡ ବ୍ଲକ ଅନ୍ତର୍ଗତ ମୂର୍ତ୍ତାହାଣ୍ଡି ଗାଁରେ ମଦ ବ୍ୟବସାୟରେ ଅତିଷ୍ଠ ହୋଇ ମହିଳାମାନେ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଗାଁରେ ମଦର ବହୁଳ ପରିମାଣରେ ବିକ୍ରୟ ହେବା ଫଳରେ ପିଲାଙ୍କ ପାଠପଢା ସହ ମହିଳାଙ୍କ ସୁରକ୍ଷା ନେଇ ବିରାଟ ସମସ୍ୟା ଦେଖାଦେଇଛି ବୋଲି ସେମାନେ ଚିନ୍ତା ପ୍ରକଟ କରିଛନ୍ତି ।
ମଦ ବ୍ୟବସାୟ ବନ୍ଦ ଦାବିରେ ମହିଳାଙ୍କ ଆନ୍ଦୋଳନ
କୋଟପାଡ ବ୍ଲକ ଅନ୍ତର୍ଗତ ମୂର୍ତ୍ତାହାଣ୍ଡି ଗାଁରେ ମଦ ବ୍ୟବସାୟରେ ଅତିଷ୍ଠ ହୋଇ ମହିଳାମାନେ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।
କୋଟପାଡରେ ତେଜୁଛି ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛତ୍ରଛାୟା ତଳେ ଏହି ସବୁ ମଦ ଭାଟି ଚାଲୁଥିବା ଯୋଗୁଁ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଘରେ ଘରେ ମଦ ପହଞ୍ଚି ଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗାଁରେ ମଦ ବନ୍ଦ କରାନଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଧମକ ଦେଇଛନ୍ତି ଆନ୍ଦୋଳନରତ ମହିଳାମାନେ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ