ଓଡିଶା

odisha

ETV Bharat / state

ପାଣି ପାଇଁ ଡହଳବିକଳ ଓଡପୁର ଗ୍ରାମବାସୀ - କୋରାପୁଟ ଜିଲ୍ଲାପାଳ

ପାଣି ପାଇଁ ଡହଳବିକଳ ଓଡପୁର ଗ୍ରାମବାସୀ । ପନ୍ଦର ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ଗ୍ରାମବାସୀ । ଅଧିକ ପଢନ୍ତୁ...

ପାଣି ପାଇଁ ଡହଳ ବିକଳ ଓଡପୂର ଗ୍ରାମବାସୀ
ପାଣି ପାଇଁ ଡହଳ ବିକଳ ଓଡପୂର ଗ୍ରାମବାସୀ

By

Published : Jun 29, 2021, 12:26 PM IST

କୋରାପୁଟ:ଖରାଦିନ ଯାଇ ବର୍ଷା ଦିନ ଆସିଲାଣି । ହେଲେ ଦୂର ହୋଇପାରୁନି ଜଳ କଷ୍ଟ । ଜଳ ପାଇଁ ଏବେ ବି ଡହଳ ବିକଳ ହେଉଛନ୍ତି କୋରାପୁଟ ଜିଲ୍ଲାର ପାଇକ ଫୁଲବେଦା ପଞ୍ଚାୟତର ଓଡପୁର ଗ୍ରାମବାସୀ । ଯଦି ବର୍ଷା ଦିନେ ଏତେ କଷ୍ଟ ତେବେ ଖରା ଦିନେ ଜଳ ପାଇଁ କେତେ ଯେ ସଂଘର୍ଷ କରୁଥିବେ ଗ୍ରାମବାସୀ ତାହା ସ୍ପଷ୍ଟ ବାରି ହୋଇପଡୁଛି ।

ପାଣି ପାଇଁ ଡହଳ ବିକଳ ଓଡପୂର ଗ୍ରାମବାସୀ

ଗାଁରେ ପାଣି ପାଇଁ ଦୁଇଟି ନଳକୂଅ ଅଛି । ହେଲେ ଗୋଟିଏ ଖରାପ ହୋଇଛି । ଫଳରେ ଅନ୍ୟଟିରେ ପାଣି ଆସୁଛି । ଯାହା ସମୁଦ୍ରକୁ ଶଙ୍ଖେ ପରି । ଗୋଟିଏ ନଳକୂପରେ ପାଣି ଆସୁଛି ସତ ହେଲେ ତାହା ସମ୍ପୂର୍ଣ୍ଣ ଗୋଳିଆ ହୋଇଥିବାରୁ ତାହା ପିଇବା ଉପଯୋଗୀ ନୁହେଁ । କିନ୍ତୁ କିଛି ଉପାୟ ନପାଇ ସେହି ପାଣି ପିଇ ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀ । ଫଳରେ ବିଭିନ୍ନ ସମୟରେ ରୋଗରେ ପୀଡିତ ହେଉଥିବା କହିଛନ୍ତି ଗ୍ରାମବାସୀ ।

ତେବେ ଏହି ଗୋଟିଏ ନଳକୂପ ଉପରେ ଗ୍ରାମବାସୀଙ୍କ ଜଳ ଆବଶ୍ୟକତା ପୂରଣ ହୋଇ ପାରୁନାହିଁ । ତେଣୁ ଗାଁରେ ପାଇପ ଯୋଗେ ଜଳ ଯୋଗାଣର ପୁନରୁଦ୍ଧାର କରିବା ପାଇଁ ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ଗ୍ରାମବାସୀ କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି ।

ଆସନ୍ତା ପନ୍ଦର ଦିନ ମଧ୍ୟରେ ଯଦି ସମସ୍ୟାର ସମାଧାନ ନ ହୁଏ, ତେବେ ଗ୍ରାମବାସୀ ପୁଣିଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ପାଇକ ଫୁଲବେଡା ପଞ୍ଚାୟତର ସରପଞ୍ଚ ହୀରାମଣି ଗାଦବା ସୂଚନା ପ୍ରଦାନ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details