ଓଡିଶା

odisha

ଜଳଦୂଷିତ ଅଭିଯୋଗ, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

By

Published : Aug 3, 2019, 10:13 PM IST

ଖଣିରୁ ମାଟି ଉଠାଯାଉଛି । କିନ୍ତୁ ରାସ୍ତାରେ ଗଦା କରାଯାଉଛି । ଫଳରେ ପାଖ କେନାଲରେ ଏହା ମିଶିବା ଫଳରେ ନଦୀ ଜଳ ଦୂଷିତ ହେଉଛି । ଯାହାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଲକ୍ଷ୍ମୀପୁର ନିକଟ କୋଡ଼ିଂଗାମାଳି ବକ୍ସାଇଟ ଖଣିରୁ ମାଟି ଉଠାଇ କାକିରିଗୁମ୍ମା ରେଳ ଷ୍ଟେସନ ନିକଟରେ ଗଦା କରାଯାଉଛି । ଫଳରେ କାକିରିଗୁମ୍ମାର ଭୂମି ଓ ଭୂତଳ ଜଳ ପ୍ରଦୂଷିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଶନିବାର କାକିରିଗୁମ୍ମା ଗ୍ରାମବାସୀ କୋରାପୁଟ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଏ ବିଷୟରେ ଅବଗତ କରିଛନ୍ତି । ବର୍ଷା ଯୋଗୁଁ ଖଣିର ମାଟି କିପରି ନଦୀ ନାଳର ଜଳକୁ ଦୂଷିତ କରୁଛି ତାହାର ଭିଡ଼ିଓ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ମଧ୍ୟ ଦେଖାଇଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଅଭିଯୋଗ ପରେ ଜିଲ୍ଲାପାଳ ପୋମା ଟୁଡୁ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସମସ୍ୟାର ସମାଧାନ ଦିଗରେ ଉଚିତ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବରୁ ଗ୍ରାମବାସୀ କୋଡ଼ିଂଗାମାଳି ରୁ କାକିରିଗୁମ୍ମା ପର୍ଯ୍ୟନ୍ତ ୨୦ କିଲୋମିଟର ବାଟରେ ୩୦୦ ରୁ ଊର୍ଦ୍ଧ୍ବ ଟ୍ରକ ଓ ଟିପର ରାତିଦିନ ଚାଲିବା ଯୋଗୁଁ ଘର ଦ୍ବାର ଧୂଳିମାଟି ଭରି ଯାଉଥିବା ସାଙ୍ଗକୁ ସଡକ ଦୁର୍ଘଟଣା ବଢୁଥିବା ଅଭିଯୋଗ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details