କୋରାପୁଟ: କୋରୋନା ମହାମାରୀ ଦେଶକୁ ଗ୍ରାସ କରିବା ପରେ ଜୀବିକା ହରାଇଥିଲେ ଅନେକ । ଏପରିକି, କିଛି ଲୋକେ ଚାକିରୀ ହରାଇଥିବାରୁ ଘରେ ହାତବାନ୍ଧି ବସିଥିଲେ । ପରିବାର ପ୍ରତିପୋଷଣ ପାଇଁ ନିତିଦିନ ସେମାନଙ୍କୁ ଘାରୁଥିଲା ଚିନ୍ତା । ହେଲେ ଏଭଳି ଅସମୟରେ କୋରାପୁଟ ଜିଲ୍ଲାର ପଠାଣଗୁଡ଼ା ଗ୍ରାମବାସୀଙ୍କୁ ସହାୟତା ହାତ ବଢାଇଥିଲା ସ୍ଵେଚ୍ଛାସେବୀ ସଂଗଠନ ଶୋଭା ।
ଗାଁର ମହିଳାଙ୍କୁ ଧାନ ମିଲ ଚଳାଇବା ସହ କୁକୁଡ଼ା ପାଳନ କରିବା ପାଇଁ ଶୋଭା ସହଯୋଗ କରିଥିବା ବେଳେ ଚାଷୀଙ୍କୁ ଉନ୍ନତ ମାନର ଯନ୍ତ୍ରପାତି ତଥା ବିହନ ଯୋଗାଇ ଦେଇଥିଲା । ଗାଁରେ କାଠ କାମ କରୁଥିବା ଡମ୍ବରୁ ପରଜାଙ୍କ ଭଳି ବୟସ୍କଙ୍କୁ ମଧ୍ୟ ଉନ୍ନତ ଉପକରଣ ଯୋଗାଇ ଦେଇଥିଲା ।