କୋରାପୁଟ: ରାଜ୍ୟରେ 5T ମନ୍ତ୍ରର ତଦାରଖ କରିବାକୁ କୋରାପୁଟ ଗସ୍ତ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ସେ କୋରାପୁଟ ଗସ୍ତ ସମୟରେ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଗସ୍ତ କରିଛନ୍ତି । କୋରାପୁଟ ସହ ମାଲକାନଗିରି ଜିଲ୍ଲା ପରିଦର୍ଶନ କରି ମେଡିକାଲର ସ୍ଥିତି ପରଖିଥିଲେ ପାଣ୍ଡିଆନ ।
ଏହି ଗସ୍ତ ସମୟରେ ପାଣ୍ଡିଆନଙ୍କ ସହ ସ୍ବାସ୍ଥ୍ୟ ସଚିବ ଏକେ ମୀନା ଓ ଏନଏଚଏମର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ମଧ୍ୟ ଉପସ୍ଥିତ ଥିଲେ । ସେ ମହାବିଦ୍ୟାଳୟର ଚିକିତ୍ସାଳୟର ବିଭିନ୍ନ ବିଭାଗ ଓ ୱାର୍ଡ ବୁଲିବା ସହ ମହାବିଦ୍ୟାଳୟ ପରିସରରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।