କୋରାପୁଟ: ଏଣିକି ସହଜରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ । ବିଶାଖାପାଟଣା-କିରଣ୍ଡଲ ରେଳଗାଡ଼ିରେ ଜଗଦଲପୁର ପର୍ଯ୍ୟନ୍ତ ଭିଷ୍ଟାଡୋମ କୋଚ ସେବା ଆରମ୍ଭ ହୋଇଛି । ପୂର୍ବରୁ ଏହା ବିଶାଖାପାଟଣାରୁ ଆରାକୁକୁ ଯାଉଥିବାବେଳେ ବର୍ତ୍ତମାନ ଜଗଦଲପୁର ପର୍ଯ୍ୟନ୍ତ ଏହି ସେବା ଯୋଗାଇ ଦିଆଯିବ । ମଙ୍ଗଳବାର ଦିନ ରେଲୱେ ଡିଆରଏମ ଅନୁପ କୁମାର ଶତପଥୀ କୋରାପୁଟ ଅଞ୍ଚଳ ଗସ୍ତ କରି ଏହାର ସୂଚନା ଦେଇଛନ୍ତି ।
କୋରାପୁଟ ଦେଇ ଜଗଦଲପୁର ଯିବ ଭିଷ୍ଟାଡୋମ କୋଚ
ଭିଷ୍ଟାଡୋମ କୋଚର ସଂପ୍ରସାରଣ । କୋରାପୁଟ ଦେଇ ଜଗଦଲପୁର ଯିବ ଭିଷ୍ଟାଡୋମ କୋଚ । ବିଶାଖାପାଟଣା କିରଣ୍ଡଲ ରେଳଗାଡ଼ିରେ ଜଗଦଲପୁର ପର୍ଯ୍ୟନ୍ତ ଦୁଇଟି ଭିଷ୍ଟାଡୋମ କୋଚ ସେବା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ
ରେଲୱେ ଡିଆରଏମ ଅନୁପ କୁମାର ଶତପଥୀ କୋରାପୁଟର ବିଭିନ୍ନ ରେଳ ଷ୍ଟେସନ ପରିଦର୍ଶନ କରି ସମସ୍ୟା ଏବଂ ସେ ସମ୍ପର୍କିତ ଅଭିଯୋଗ ଲୋକଙ୍କଠାରୁ ଶୁଣିଥିଲେ । ଯଥାଶୀଘ୍ର ସମସ୍ୟାର ସମାଧାନ ପାଇଁ ରେଲୱେ ଡିଆରଏମ ପ୍ରତିଶୃତି ଦେଇଛନ୍ତି । ଏଥିସହ ଏନେଇ ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରାଯିବ ବୋଲି କହିଛନ୍ତି । ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସେ ସମୀକ୍ଷା କରିଥିଲେ । କୋରାପୁଟ-ଭୁବନେଶ୍ବର ଏବଂ କୋରାପୁଟ-ଦିଲ୍ଲୀକୁ ସିଧାସଳଖ ଟ୍ରେନ ପାଇଁ କୋରାପୁଟବାସୀ ବାରମ୍ବାର ଦାବି କରି ଆସୁଛନ୍ତି । ତେଣୁ ସେଥି ପାଇଁ କୋରାପୁଟ ବିକାଶ ପରିଷଦ ପୁନଃ ଦାବି ହୋଇଛି ।
ଇଟିଭି ଭାରତ, କୋରାପୁଟ