ଓଡିଶା

odisha

ETV Bharat / state

ଜୟପୁରରେ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ, ତଳକୁ ଖସିଲା ୪ ବଗି

କୋରାପୁଟ ଜୟପୁର ସହର ନିକଟରେ ବିଶାଖାପାଟଣା-ଜଗଦଳପୁର ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ । ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଜୟପୁରରେ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ, ତଳକୁ ଖସିଲା ୪ ବଗି
ଜୟପୁରରେ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ, ତଳକୁ ଖସିଲା ୪ ବଗି

By

Published : Sep 12, 2022, 7:00 PM IST

Updated : Sep 12, 2022, 7:31 PM IST

କୋରାପୁଟ:ଜିଲ୍ଲାର ଜୟପୁର ଛତ୍ରିପୁଟଠାରେ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ (Passenger train derailed in Odisha) ହୋଇଛି । ବିଶାଖାପାଟଣା-ଜଗଦଳପୁର ଟ୍ରେନ ଲାଇନଚ୍ୟୁତ ( Visakhapatnam-Jagdalpur passenger train derailed) ହୋଇଥିବା ବେଳେ ରେଳ ଧାରଣା ତଳକୁ ଖସିଛି ଟ୍ରେନର ୪ଟି ବଗି । ଦୁର୍ଘଟଣାରେ କ୍ଷୟକ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରେ ରେଳ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଜୟପୁରରେ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ, ତଳକୁ ଖସିଲା ୪ ବଗି

ଏହି ଟ୍ରେନ ଜୟପୁର ସହର ନିକଟ ଛତ୍ରିପୁଟ ଅଞ୍ଚଳରେ ଲାଇନଚ୍ୟୁତ ହୋଇଛି । ଟ୍ରେନଟି କୋରାପୁଟରୁ ଛତିଶଗଡ଼ର କିରନ୍ଦୁଲକୁ ଯାତ୍ରା କରୁଥିଲା । ବିଶାଖାପାଟଣା-ଜଗଦଳପୁର ଟ୍ରେନର ଲାଇନଚ୍ୟୁତ ହୋଇଥିବା ୪ଟି ବଗି ମଧ୍ୟରୁ ଗୋଟିଏ ସ୍ଲିପର କ୍ଲାସ ସଂରକ୍ଷିତ ବଗି ସମେତ ଆଉ ୩ଟି ଅଣ ସଂରକ୍ଷିତ ବଗି ରେଳ ଧାରଣାର ବାହାରକୁ ଚାଲିଆସିବା ଫଳରେ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ଘଟି ନଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଜୟପୁର ଷ୍ଟେସନକୁ ଅତିକ୍ରମ କରିବା ପରେ ହୋଇଛି ଏହି ଦୁର୍ଘଟଣା ।

ଏହା ବି ପଢନ୍ତୁ- କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ, ୧୫ରୁ ନାମଲେଖା ପ୍ରକ୍ରିୟା

ବିଶାଖାପାଟଣା-ଜଗଦଳପୁର ଟ୍ରେନ ଲାଇନଚ୍ୟୁତ ହେବା ପରେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜଣେ ସେକ୍ସନ ଇଞ୍ଜିନିୟର ଓ ଆଉ ଜଣେ ଗ୍ୟାଙ୍ଗମ୍ୟାନକୁ ନିଲମ୍ବିତ କରାଯାଇଛି । ତେବେ ଏ ନେଇ ଡିଆରଏମ ଅନୁପ ଶତପଥି (DRM Anup Satpathy) ସୂଚନା ଦେଇଛନ୍ତି । ଦୁର୍ଘଟଣା ଘଟିବା ପରେ ଉକ୍ତ ସ୍ଥାନରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, କୋରାପୁଟ

Last Updated : Sep 12, 2022, 7:31 PM IST

ABOUT THE AUTHOR

...view details