ଓଡିଶା

odisha

ETV Bharat / state

ରାସାୟନିକ ମୁକ୍ତ ଉପାନ୍ତ ଅଞ୍ଚଳ: ସାର ବଦଳରେ ତିଆରି କରୁଛନ୍ତି ଜୈବିକ ଖତ - ଗାଁକୁ ସାର ମୁକ୍ତ କରିବା ପାଇଁ ଗ୍ରାମବାସୀଙ୍କ ପ୍ରୟାସ

ଗାଁକୁ ରାସାୟନିକ ସାର ମୁକ୍ତ କରିବା ପାଇଁ ଗ୍ରାମବାସୀଙ୍କ ନିଆରା ପ୍ରୟାସ । ପରିବେଶର ଚାରିପାଖେ ଉପଲବ୍ଧ ଥିବା ଗଛଲତା ତଥା ଗୋବରରୁ ପ୍ରାକୃତିକ ଉପାୟରେ ଜୈବିକ ଖତ ତିଆରି କରି ଉନ୍ନତମାନର ଫସଲ କରୁଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

villagers made manure for farming in natural process in koraput
ରାସାୟନିକ ମୁକ୍ତ ଉପାନ୍ତ ଅଞ୍ଚଳ: ସାର ବଦଳରେ ତିଆରି କରୁଛନ୍ତି ଜୈବିକ ଖତ

By

Published : Nov 13, 2022, 12:37 PM IST

କୋରାପୁଟ:ମାଟିର ଉର୍ବରତା ବଢ଼ାଇବା ପାଇଁ ଜୈବିକ ସାର ଅତ୍ୟନ୍ତ ଆବଶ୍ୟକ । ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ରାସାୟନିକ ସାର ତଥା ଔଷଧ ବିକ୍ରି ହେଉଛି । ମାତ୍ର ବିଲରେ ରାସାୟନିକ ସାର ପ୍ରୟୋଗ ଦ୍ବାରା ଜମିର ଉର୍ବରତା ନଷ୍ଟ ହୋଇଥାଏ । ଏହି ଦୃଷ୍ଟିରୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗାଦିଆଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଏକ ଉପାନ୍ତ ଗ୍ରାମ ପଞ୍ଚଡାପଦର ଲୋକେ ନୂଆ ପ୍ରୟାୟ ଆରମ୍ଭ କରିଛନ୍ତି । ପରିବେଶକୁ ସମ୍ପୂର୍ଣ୍ଣ ରାସାୟନିକ ମୁକ୍ତ କରିବା ପାଇଁ ପ୍ରାକୃତିକ ପ୍ରଣାଳୀରେ ଜୈବିକ ଖତ ତିଆରି କରୁଛନ୍ତି ।

ରାସାୟନିକ ମୁକ୍ତ ଉପାନ୍ତ ଅଞ୍ଚଳ

ଉପାନ୍ତ ଅଞ୍ଚଳ ପଞ୍ଚଡାପଦ ଗ୍ରାମରେ 20 ପରିବାର ବସବାସ କରନ୍ତି । ସେମାନେ ଆର୍ଥିକ ଭାବେ ଅନଗ୍ରସର ହୋଇଥିବା ଯୋଗୁଁ ବଜାରରୁ ଚଢ଼ା ଦରରେ ବିକ୍ରି ହେଉଥିବା ରାସାୟନିକ ସାର ଓ ଔଷଧ କିଣି ପାରୁନଥିଲେ । ଗତ ଦୁଇ ବର୍ଷ ପୂର୍ବେ ଏକତା ସଂଗଠନର କର୍ମକର୍ତ୍ତା ଜୈବିକ ଖତ ସମ୍ପର୍କରେ ଗ୍ରାମବାସୀଙ୍କୁ କହିଥିଲେ ଏବଂ ଏହା ପ୍ରୟୋଗ କରି ଚାଷ କରିବା ଦ୍ୱାରା ହେଉଥିବା ଲାଭ ସମ୍ପର୍କରେ ଅବଗତ କରାଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ:ମାଣ୍ଡିଆ ଉତ୍ପାଦନରେ ଆଗରେ କୋରାପୁଟ, ସର୍ବଶ୍ରେଷ୍ଠ ଜିଲ୍ଲା ଭାବେ ମିଳିଲା ସମ୍ମାନ

ଏହାପରେ ରାସାୟନିକ ସାର ହେଉ ବା ବିହନ, ଗ୍ରାମବାସୀ ବଜାର ଉପରେ ନିର୍ଭର ନକରି ଗ୍ରାମ ଚାରି ପଟେ ମିଳୁଥିବା ଡାଳ, ପତ୍ର, ଗୋବର ଆଦିରେ ନେଇ ନିଜ ବାଡ଼ିରେ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି । ଏଥିସହ ଦେଶୀ ବିହନ ସଂରକ୍ଷଣ କରି ପ୍ରାକୃତିକ ଉପାୟରେ ଜୈବିକ ଚାଷ କରିବା ଆରମ୍ଭ କରିଛନ୍ତି । ଫଳରେ ଚାଷ କାର୍ଯ୍ୟରେ ଖର୍ଚ୍ଚ କମିବା ସହ ଉନ୍ନତ ମାନର ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଥିବା ଗ୍ରାମବାସୀ କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details