କୋରାପୁଟ :ଧସି ଯାଇଛି ବଙ୍ଗଳାଗୁଡା ପୋଲ । କୋରାପୁଟ ଜିଲ୍ଲା ଲେନ୍ଦିରି ମାଳିଗୁଡା ନିକଟ ବଙ୍ଗଳାଗୁଡାର ୩୨୬ ନମ୍ବର ଜାତୀୟ ରାଜପଥରେ ୪୦ ଫୁଟର ବ୍ରିଜ୍ ୨୦ ଫୁଟ ତଳକୁ ଭୁଶୁଡି ପଡିଥିଲା । ତେବେ ଏହି ଘଟଣାକୁ ୨୫ଦିନ ବିତିଯାଇଥିଲେ ମଧ୍ୟ ଏକ ଅସ୍ଥାୟୀ ପୋଲ ଏଯାଏଁ ନିର୍ମାଣ ହୋଇପାରିଲାନି । ଏନେଇ ପୋଲର ଉଭୟ ପଟେ ରହୁଥିବା ଗ୍ରାମବାସୀ ଯାତାୟତରେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ।
ତେବେ ସାମାନ୍ୟ ବର୍ଷା ହେଲେ ଗ୍ରାମବାସୀଙ୍କ ଏକ ପ୍ରକାରର ଯାତାୟତ ଠପ୍ ହୋଇଯାଏ । ଯଦି କେହି ରୋଗାଗସ୍ତ ହୁଅନ୍ତି ତେବେ ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା କାଠିକର ପାଠ ହୋଇପଡ଼େ । ଏହାକୁ ନେଇ ଏହି ପୋଲର ଉଭୟ ପଟେ ରହୁଥିବା ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଠାରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଥିଲେ ।
ପୁରୁଣା ପୋଲ ହୋଇଥିବା ଯୋଗୁଁ ଏହି ପୋଲଟି ଭାଙ୍ଗି ଯାଇଛି । ତେଣୁ ଏହି ରାସ୍ତା ନିକଟରେ ପ୍ରାଥମିକତା ଭିତ୍ତିରେ ଏକ ଅସ୍ଥାୟୀ ପୋଲ ତିଆରି କରିବାକୁ ସ୍ଥାନିୟ ବାସିନ୍ଦା ଦାବି କରିଛନ୍ତି । ହେଲେ ପ୍ରଶାସନ ପୋଲ ତିଆରି ହେବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ପାଳନ ପୋଲ ନିର୍ମାଣ କାମ ଆରମ୍ଭ ହେଉନଥିବାରୁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଗ୍ରାମବାସୀ ଭୁଶୁଡ଼ି ପଡିଥିବା ପୋଲ ନିକଟରେ ବିକ୍ଷୋଭ କରିବା ସହ ଏନେଇ ପୁଣିଥରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।