କୋରାପୁଟ: ଅଙ୍ଗନବାଡି ସେବା ପ୍ରଦାନ ଓ ମଦ ବନ୍ଦ ଦାବି କରି ଗ୍ରାମବାସୀଙ୍କ ଆନ୍ଦୋଳନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ମହିଳା ଓ ପୁରୁଷ ମଦ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।
କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ନନ୍ଦର୍ଲା ଗ୍ରାମରେ ଅଙ୍ଗନବାଡି ସେବା ମିଳୁନଥିବା ଅଭିଯୋଗ କରିଛନ୍ତି । ଏହା ସହ ଗ୍ରାମରେ ଦେଶୀ ଓ ବିହାରୀ ମଦର ବହୁଳ ପ୍ରଚଳନକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ସୋମବାର ଗାଁର ମହିଳା ଓ ପୁରୁଷ ଏକାଠି ହୋଇ କୋରାପୁଟ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗାଁ ରେ ମଦର ଅବାଧ ବିକ୍ରି ଯୋଗୁଁ ମହିଳାଙ୍କ ଉପରେ ଘରୋଇ ହିଂସା ବୃଦ୍ଧି ପାଇଥିବା ଗ୍ରାମର ମହିଳା ମାନେ ଅଭିଯୋଗ କରିଛନ୍ତି । ଅଙ୍ଗନବାଡି ସେବା କେନ୍ଦ୍ର ଥିଲେ ଅଣ୍ଡା ଛତୁଆ ଆଦି ପିଲାଙ୍କୁ ପହଞ୍ଚୁନଥିବା ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁନଥିବା ଗ୍ରାମର ଯୁବକ ସୂର୍ଯ୍ୟନାଥ ହରିଜନ କ୍ଷୋଭ ପ୍ରକାଶ କରିଛନ୍ତି ।