ଓଡିଶା

odisha

ETV Bharat / state

ସାମାଜିକ ଦୂରତ୍ବ ରକ୍ଷା କରି ପାଣି ନେଉଛନ୍ତି ଗାଁ ମହିଳା

ସରକାରଙ୍କ ଲକଡାଉନ ନିୟମକୁ ସହରର ପାଠୁଆ ମଣିଷ ମାନେ ଫୁ କରୁଥିବାବେଳେ ଗ୍ରାମାଞ୍ଚଳ ଲୋକମାନେ କିନ୍ତୁ ଅକ୍ଷରେ ଅକ୍ଷରେ ପାଳୁଛନ୍ତି । ଏପରି କ୍ଷେତ୍ରପେ କୋରାପୁଟ ନିକଟସ୍ଥ ନୂଆ କଲୋନୀ ଗାଁରେ ମହିଳା ମାନେ ସାଜିଛନ୍ତି ଅନ୍ୟ ପାଇଁ ପ୍ରେରଣା। ପାଇପ ନିକଟରେ ମିଟର ମିଟର ବ୍ୟବଧାନରେ ଗୋଲେଇ ଟାଣି ତା ଭିତରେ ଠିଆ ହୋଇ ପାଣି ନେଉଛନ୍ତି ଏହି ମହିଳାମାନେ । ଅଧିକ ପଢନ୍ତୁ...

village woman are maintaining her social distance
ସାମାଜିକ ଦୂରତ୍ବ ରକ୍ଷା କରି ପାଣିନେଲେ ନୂଆ କଲୋନୀ ଗାଁର ମହିଳା

By

Published : Apr 14, 2020, 11:37 AM IST

କୋରାପୁଟ: ରାଜ୍ୟରେ ଦିନକୁ ଦିନ ଦ୍ରୁତଗତିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ସରକାର ନିଜ ନିଜ ଠାରୁ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ନିବେଦନ କରିଛନ୍ତି । କିଛି ଲୋକ ସରକାରଙ୍କ ଏହି ନିର୍ଦ୍ଦେଶାବଳୀକୁ ମାନି ଚଳୁଥିବା ବେଳେ କିଛି ଏହାକୁ ଫୁ କରି ଉଡାଇ ଦେଇଛନ୍ତି । କିନ୍ତୁ ସରକାରଙ୍କ ଏହି ନିୟମକୁ ଅକ୍ଷରେ ଅକ୍ଷରେ ମାନିଛନ୍ତି କୋରାପୁଟ ନିକଟସ୍ଥ ନୂଆ କଲୋନୀ ଗାଁରେ ମହିଳା ମାନେ ।

ସାମାଜିକ ଦୂରତ୍ବ ରକ୍ଷା କରି ପାଣି ନେଉଛନ୍ତି ଗାଁ ମହିଳା

ବିଶେଷତଃ ପାଣିପାଇପ ନିକଟରେ ଲୋକମାନେ ସାମାଜିକ ଦୂରତାକୁ ମାନିନଥାନ୍ତି । କିନ୍ତୁ ନୂଆ କଲୋନୀ ଗାଁରେ ମହିଳା ମାନେ ପାଇପ ନିକଟରେ ମିଟର ମିଟର ବ୍ୟବଧାନରେ ଗୋଲେଇ ଟାଣି ତା ଭିତରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । କୋରୋନା ଭୂତାଣୁକୁ ରୋକିବାକୁ ପରସ୍ପରଠାରୁ ଦୂରରେ ରହିବା ପାଇଁ ସରକାର ନିର୍ଦ୍ଦେଶ ଜାରି କରିବା ପରେ ଏହିପରି ଭାବେ ପାଣି ନେବା ଆରମ୍ଭ କରିଥିବା ମହିଳା ମାନେ ବର୍ତ୍ତମାନ ନିଜ ନିଜ ଭିତରେ ଶୃଙ୍ଖଳାକୁ ଆପଣେଇ ନେଇଥିବା ପ୍ରକାଶ କରିଛନ୍ତି ।

ଗାଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ଯୁବକ ଯୁବତୀ ମାନେ ଆଗେଇ ଆସିଥିବା ବେଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗାଁର ପ୍ରବେଶ ଦ୍ୱାରରେ ବାଡ଼ ପକାଇ ଲୋକଙ୍କ ଯିବା ଆସିବା ଉପରେ ନିୟନ୍ତ୍ରଣ ରଖିଛନ୍ତି । ଏହି ସତର୍କତା ହିଁ ଗାଁକୁ କୋରୋନାର ପ୍ରଭାବରୁ ମୁକ୍ତ କରିପାରିବ ବୋଲି ଗ୍ରାମବାସୀ ଆଶାପୋଷଣ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details