ଓଡିଶା

odisha

ETV Bharat / state

ଲାଞ୍ଚ ନେବା ଅଭିଯୋଗରେ କୋଟପାଡ ଥାନା ଏଏସଆଇ ଗିରଫ - କୋଟପାଡ ଥାନା ଏଏସଆଇ ଗିରଫ

ଲାଞ୍ଚ ନେଲାବେଳେ କୋଟପାଡ ଥାନା ଏଏସଆଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କ ପାଖରୁ 7000 ଟଙ୍କା ଜବତ କରାଯାଇଛି।

koraput
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Nov 29, 2019, 10:38 AM IST

କୋରାପୁଟ: କାମ କରାଇଦେବା ପାଇଁ ଲାଞ୍ଚ ନେଲାବେଳେ କୋଟପାଡ ଥାନା ଏଏସଆଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏହା ସହ ତାଙ୍କ ପାଖରୁ 7000 ଟଙ୍କା ଭିଜିଲାନ୍ସ ଜବତ କରିଛି । ପୂର୍ବ ପ୍ରସ୍ତୁତି ଅନୁସାରେ ଗତକାଲି ରାତିରେ ତାଙ୍କୁ ଗିରଫ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସୂଚନା ଅନୁସାରେ, ତହସିଲଦାରଙ୍କ ଦ୍ବାରା ଜମି ମାପ କରାଇବା ପାଇଁ ପ୍ରଶାନ୍ତ କୁମାର ବିଶ୍ବାଳଙ୍କୁ ଏକ ଆଜ୍ଞାପତ୍ର ଦେବାକୁ କୋଟପାଡ ଥାନା ଏଏସଆଇ ଶରତ କୁମାର ସାହୁ 7000 ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ଏନେଇ ପ୍ରଶାନ୍ତ କୁମାର ବିଶ୍ବାଳଙ୍କୁ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଏହାପରେ ପୂର୍ବ ପ୍ରସ୍ତୁତି ଅନୁସାରେ ଗତକାଲି ରାତିରେ ଲାଞ୍ଚ ନେବା ସମୟରେ ଏଏସଆଇଙ୍କୁ ଗିରଫ କରାଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details