କୋରାପୁଟ: ପ୍ରାଣୀ ଚିକିତ୍ସକମାନେ ସରକାରୀ ଚାକିରୀରେ ପ୍ରବେଶ କଲାବେଳେ ସେମାନଙ୍କୁ ଗ୍ରୁପ ଏ ର ମାନ୍ୟତା ଦେବାକୁ ଓଡି଼ଶା ପ୍ରାଣୀ ଚିକିତ୍ସା ସେବା ସଙ୍ଘ ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରୁନାହାଁନ୍ତି । ଏଣୁ ଦାବି ପୂରଣ ନ ହେଲେ ଆସନ୍ତା ମେ ମାସ 25 ତାରିଖରୁ ସମୂହ ଇସ୍ତଫା ଦେବାକୁ କୋରାପୁଟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି ସଙ୍ଘର କର୍ମକର୍ତ୍ତା ।
ପାଠ ପଢିବା ହେଉ ବା ପାଠ୍ୟକ୍ରମରେ ଗୁରୁତ୍ବ ହେଉ ପ୍ରାଣୀ ଚିକିତ୍ସକ ମଣିଷକୁ ଚିକିତ୍ସା ଯୋଗାଉଥିବା ଡାକ୍ତରଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି । ଏହାସତ୍ତ୍ବେ ମଧ୍ୟ ପଦବୀର ପାହ୍ୟା ଓ ଦରମା ପ୍ରଦାନ କ୍ଷେତ୍ରରେ ସରକାର ପାତର ଅନ୍ତର କରୁଛନ୍ତି ବୋଲି ଓଡି଼ଶା ପ୍ରାଣୀ ଚିକିତ୍ସା ସେବା ସଙ୍ଘ ଅଭିଯୋଗ କରିଛି। ଯାହାକୁ ଆଉ ସହ୍ୟ କରାଯିବ ନାହିଁ ବୋଲି ସଙ୍ଘ ଚେତାବନୀ ଦେଇଛି ।