କୋରାପୁଟ: ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବାକୁ କୋରାପୁଟ ବେଦାନ୍ତ ସମିତିର ନିଆରା ପ୍ରୟାସ । ଆର୍ଥିକ ରୂପେ ଅନଗ୍ରସର ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ମାଗଣା ଶିକ୍ଷାଦାନ । କୋରାପୁଟ ସହରରେ ବେଦାନ୍ତ ସମିତି ପକ୍ଷରୁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଫଳରେ ଅନେକ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ନିଶୁଳ୍କରେ ଶିକ୍ଷା ଲାଭ କରିପାରିବେ ।
ଏହା ମଧ୍ୟ ପଢ଼ନ୍ତୁ:Earthquake Zone: ତାଳଚେରକୁ ରହିଛି କି ଭୂକମ୍ପ ବିପଦ ? ତୁର୍କୀ ଭୁକମ୍ପ ପରେ ସୂତାଖିଅରେ ଝୁଲୁଛି 60 ହଜାର ଲୋକଙ୍କ ଭାଗ୍ୟ !
ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ନଥିବା ଛାତ୍ରଛାତ୍ରୀମାନେ ଉଚିତ ଶିକ୍ଷା ପାଇବାରେ ବଞ୍ଚିତ ହେଉଛନ୍ତି । ସରକାରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଅର୍ଥ ଅଭାବରୁ ଟିଉସନ ଲାଭ ପାଇପାରୁନଥିଲେ । ଫଳରେ କୌଣସି ବିଷୟରେ ଦ୍ବନ୍ଦ ରହିଲେ ସହଜରେ ଦୂର କରିପାରୁନଥିଲେ । କୋରାପୁଟ ବେଦାନ୍ତ ସମିତିର ନିଆରା ପ୍ରୟାସ ଏବେ ଛାତ୍ରଛାତ୍ରୀଙ୍କୁ ଦେଖାଇଛି ନୂଆ ଆଶା । ଆର୍ଥିକ ଅନଗ୍ରସର ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯାଉଛି । ସ୍କୁଲରୁ ଫେରିବା ପରେ ଏଠାରେ ଆସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଅବସରପ୍ରାପ୍ତ ଶିକ୍ଷକମାନେ ଏଠାରେ ପାଠ ପଢ଼ାଉଛନ୍ତି । ଗଣିତ ଠାରୁ ଆରମ୍ବ କରି ସାହିତ୍ୟ, ଇଂରାଜୀ, ଭୂଗୋଳ, ଇତିହାସ ପରି ସମସ୍ତ ବିଷୟ ପଢ଼ାଯାଉଛି । ପିଲାମାନେ ମଧ୍ୟ ଆଗ୍ରହର ସହ ପାଠ ପଢୁଛନ୍ତି ।