କୋରାପୁଟ: ଜିଲ୍ଲାରେ ଆଜି(ଗୁରୁବାର) ଠାରୁ କୋରୋନା ଟୀକାକରଣ ବନ୍ଦ । ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ବନ୍ଦ ରହିବ ଟୀକାକରଣ । ତେବେ ଜିଲ୍ଲାରେ ଟିକା ପହଞ୍ଚିବା ପରେ ପୁଣିଥରେ ସମସ୍ତ ଟିକାଦାନ କେନ୍ଦ୍ରରେ ଟୀକାକରଣ ଆରମ୍ଭ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା କହିଛନ୍ତି ।
କୋରାପୁଟରେ ବନ୍ଦ ହେଲା ଟୀକାକରଣ - ଟୀକାକରଣ ଖବର କୋରାପୁଟ
କୋରାପୁଟରେ ବନ୍ଦ ହେଲା ଟୀକାକରଣ । ପର୍ଯ୍ୟାପ୍ତ ପରିମାଣରେ ଟିକା ନଥିବାରୁ ବନ୍ଦ ହୋଇଥିବା ସୂଚନା । ଅଧିକ ପଢନ୍ତୁ....
କୋରୋପୁଟରେ ବନ୍ଦ ହେଲା ଟୀକାକରଣ
କୋରୋପୁଟରେ ବନ୍ଦ ହେଲା ଟୀକାକରଣ
ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ 2.8 ଲକ୍ଷ ଟିକା ଦିଆଯାଇ ଥିବାବେଳେ ପ୍ରତିଦିନ ଜିଲ୍ଲା ପାଇଁ ରଖାଯାଇଥିବା 6,578 ଟି ଟିକାର ଲକ୍ଷ୍ୟ ପୂରଣ କରିବା ପାଇଁ ଯଥେଷ୍ଟ ପରିମାଣର ଟିକା ଆସୁନଥିବା ସେ କହିଛନ୍ତି । ତେବେ ସମ୍ବେଦନଶୀଳ ସ୍ଥାନରେ ଆବଶ୍ୟକତା ଅନୁଯାୟୀ ଟିକା ପହଞ୍ଚାଇବା ପାଇଁ ପ୍ରଚେଷ୍ଟା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ