କୋରାପୁଟ: ଆଉ ସରକାରୀ ବୈଠକ ଗୁଡିକରେ ବ୍ୟବହାର ହେବନି ପ୍ଲାଷ୍ଟିକ । ଜିଲ୍ଲାରେ ହେଉଥିବା ସରକାରୀ ବୈଠକରେ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବାକୁ ଲିଖିତ ବିଜ୍ଞପ୍ତି ପ୍ରକାଶ କଲେ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ।
ସରକାରୀ ସଭା ସମିତିରେ ଫାଇଲ ପତ୍ର ଠାରୁ ଆରମ୍ଭ କରି ପାଣି ବୋତଲ ପର୍ଯ୍ୟନ୍ତ ବହୁ ପରିମାଣରେ ପ୍ଲାଷ୍ଟିକର ବ୍ୟବହାର କରାଯାଉଥିବା ପରିଲକ୍ଷିତ ହୋଇଛି । ଏହା ଫଳରେ ସରକାରୀ କାର୍ଯ୍ୟାଳୟ ଗୁଡିକରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିମାଣ ବଢ଼ିବାରେ ଲାଗିଛି । ଏଥି ସହିତ ସରକାରୀ ବୈଠକ ଗୁଡିକରେ ଅଯଥା ଖର୍ଚ୍ଚ ମଧ୍ଯ ବୃଦ୍ଧି ପାଉଥିବା ଯୋଗୁଁ କୋରାପୁଟ ଜିଲ୍ଲାପାଳ ଏପରି ନିଷ୍ପତ୍ତି ନେଇଛନ୍ତି ।