ଓଡିଶା

odisha

ICMR-RMRC ଆନେକ୍ସ ବିଲଡିଂର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

By

Published : Jan 8, 2023, 7:49 AM IST

Updated : Jan 8, 2023, 8:00 AM IST

ରାଜ୍ୟରେ ଶିଶୁ ମୃତ୍ୟୁ, କୁପୋଷଣ ଚିନ୍ତାଜନକ । ଏ ଦିଗରେ ଦୃଷ୍ଟି ଦେଇ ରାସ୍ତା ବାହାର କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

inauguration of ICMR and RMRC building
ଆଇସିଏମଆର ଓ ଆରଏମଆରସି ଆନେକ୍ସ ବିଲଡିଂର ଲୋକାର୍ପଣ

ICMR-RMRC ଆନେକ୍ସ ବିଲଡିଂର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଆଇସିଏମଆର (ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ) ଓ ଆରଏମଆରସି (ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର) ଆନେକ୍ସ ବିଲଡିଂର ଲୋକାର୍ପଣ କରିଛନ୍ତି ତିନି କେନ୍ଦ୍ରମନ୍ତ୍ରୀ । ଆଇସିଏମଆର ସ୍କୁଲ ଅଫ୍ ପବ୍ଲିକ ହେଲଥ୍ ଓ ବିଏସଏଲ -୩ ଲ୍ୟାବର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଅତିଥି ଭାବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ, କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର ଯୋଗଦେଇ ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ପୋଲିସ୍ ଟିମକୁ ଆମ୍ବୁସ୍ କଲେ ଗଞ୍ଜେଇ ମାଫିଆ, ୨ମହିଳା କନଷ୍ଟେବଳ ସମେତ ୩ ଆହତ

ଏହି ଅବସରରେ ଶିଶୁଙ୍କ କୁପୋଷଣ ଓ ମହିଳାଙ୍କ ରକ୍ତହୀନତା ସମସ୍ୟା ସମାଧାନର ରାସ୍ତା ବାହାର କରିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ଶିଶୁ ମୃତ୍ୟୁ, କୁପୋଷଣ ଓ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ଚିନ୍ତାଜନକ ହେଉଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଆଜି ଓଡ଼ିଶାରେ ଶିଶୁ ମୃତ୍ୟୁ, କୁପୋଷଣ, ଓଜନ ଅନୁସାରେ ଉଚ୍ଚତା କମ୍ ଏବଂ ଉଚ୍ଚତା ଅନୁସାରେ ଓଜନ କମ ଭଳି ଅନେକ ଗଭୀର ସମସ୍ୟା ରହିଛି । ବିଶେଷ ଭାବେ ଗର୍ଭବତୀ ମହିଳା ରକ୍ତହୀନତା କାରଣରୁ ମୃତ୍ୟୁମୁଖରେ ପଡୁଛନ୍ତି, ଯାହା ଚିନ୍ତା ଜନକ" ତେଣୁ ଏ ଦିଗରେ ରାସ୍ତା ବାହାର କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: AIIMS BBSR 4th Convocation: ଯୋଗଦେଲେ 3କେନ୍ଦ୍ରମନ୍ତ୍ରୀ, ମାଣ୍ଡବ୍ୟ କହିଲେ ସାକାର ହୋଇଛି ବାଜପେୟୀଙ୍କ ସ୍ୱପ୍ନ

ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଭୁବନେଶ୍ୱରର ଆଇସିଏମରର ବିକାଶ ପାଇଁ ମଧ୍ୟ ଯୋଜନା କରାଯାଉଛି । ନୂଆ ଶିକ୍ଷା କୋର୍ସ ମଧ୍ୟ ଚାଲୁ କରାଯିବ । ଯାହା ଫଳରେ ରାଜ୍ୟର ଯୁବ ବୈଜ୍ଞାନିକମାନଙ୍କୁ କାମ କରିବାରେ ସହଯୋଗ ମିଳିବ । ଏମାନଙ୍କ ଭୂମିକା ରାଜ୍ୟ ତଥା ଦେଶର ବିକାଶରେ ରହିବ। ଆଇସିଏମଆରକୁ ଡିଏମ ୟୁନିଭର୍ସିଟିରେ ପରିଣତ କରିବାକୁ ଆୟୋଜନ କରାଯିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ତେବେ ଅନ୍ୟ ଭାଇରାଲ ରୋଗର ଜିନୋମ ସିକୁଏନ୍ସିଂର ମେସିନ ରଖାଯିବ । କେବଳ କୋଭିଡ୍ ନୁହେଁ ଟିବି ପରି ଅନେକ ରୋଗର ମେସିନ ଏଠାରେ ରହିବ । ରାଜ୍ୟରେ ବିଏସଏଲ -୩ ଲ୍ୟାବ ନଥିଲା । ଏହା ହେଉଛି ପ୍ରଥମ ଲ୍ୟାବ ଯାହା ରାଜ୍ୟର କୌଣସି ମେଡ଼ିକାଲ କଲେଜରେ ନଥିବା କହିଛନ୍ତି ଆଇସିଏମଆର ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 8, 2023, 8:00 AM IST

ABOUT THE AUTHOR

...view details