ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗ ଜାଁଆଳା ଭାଇ; ସ୍ୱାଭିମାନୀ ଜୀବନ ଯାତ୍ରାର ସାରଥୀ, ହସି ହସି ସହୁଛନ୍ତି ଝଡଝଞ୍ଜା

ଇଚ୍ଛାଶକ୍ତି ଆଗରେ ଶାରୀରିକ ଅକ୍ଷମତା ସମ୍ପୂର୍ଣ୍ଣ ମୂଲ୍ୟହୀନ ବୋଲି ସାବ୍ୟସ୍ତ କରି ଦେଖାଇଛନ୍ତି ଦୁଇ ଦିବ୍ୟାଙ୍ଗ ଭାଇ । ହ୍ବିଲ ଚେୟାରେ ନିଜ ଜୀବନର ରଥକୁ ଟାଣି ଚଲିଛନ୍ତି । ଅଧିକ ପଢନ୍ତୁ

By

Published : Aug 15, 2023, 7:45 PM IST

Updated : Aug 15, 2023, 8:07 PM IST

ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନର ରଥକୁ ଟାଣି ଚଲିଛନ୍ତି ଦୁଇ ଜାଁଆଳା ଭାଇ
ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନର ରଥକୁ ଟାଣି ଚଲିଛନ୍ତି ଦୁଇ ଜାଁଆଳା ଭାଇ

ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନର ରଥକୁ ଟାଣି ଚଲିଛନ୍ତି ଦୁଇ ଜାଁଆଳା ଭାଇ

କୋରାପୁଟ: ସ୍ୱାଧୀନତାର ଆକ୍ଷରିକ ଅର୍ଥକୁ ସାକାର କରି ସୁନାବେଡା ସ୍ଥିତ ଡିପି କ୍ୟାମ୍ପରେ ରହୁଛନ୍ତି ଦୁଇଜଣ ଦିବ୍ୟାଙ୍ଗ ଭାଇ ନିତେଇ ଓ ଗୌର ରାଏ । ଜୀବନର ଝଡ ଝଞ୍ଜାକୁ ସାମନା କରି ସ୍ୱାଭିମାନର ଜୀବନ ଅତିବାହିତ କରିବା ଦିଗରେ ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି । ଆଜି 52 ବର୍ଷ ବୟସରେ ଏହି ଦୁଇ ଯାଆଁଳା ଭାଇ ଝାଲ ମୁଢି ବିକ୍ରି କରି ନିଜ ପୁଅ ଝିଅଙ୍କୁ ଉଚ୍ଚ ଶିକ୍ଷିତ କରାଇବାରେ ସକ୍ଷମ ହୋଇ ଏକ ସ୍ବାଧୀନଚେତା ମଣିଷ ହୋଇପାରିଛନ୍ତି । ସାମାଜିକ ପରିଚାଳନା ଗତ ବ୍ୟବସ୍ଥା ମଧ୍ୟରେ ଅବହେଳାର ଶିକାର ହୋଇ ମଧ୍ୟ ସାହସ ଓ ଉତ୍ସାହକୁ ଆଧାର କରି ଆଗକୁ ବଢି ଜୀବନ ରଥ ଟାଣି ଚାଲିଛନ୍ତି ।

35 ବର୍ଷର ଯାତ୍ରା: ପିଲାଟି ବେଳୁ ବାପାମା ଛେଉଣ୍ଡ ହୋଇଥିବା ଏହି ଦୁଇ ଭାଇ । ଯେତେବେଳେ ସେମାନଙ୍କ ବୟସ ଆଠ ବର୍ଷ ହୋଇଥିଲା ଉଭୟେ ହଠାତ ଚାଲବୁଲ କରିବାରେ ଅକ୍ଷମ ହୋଇଗଲେ । ନିତେଇ ବାଡିଟିଏ ଧରି ଠିଆ ହେବାରେ ସକ୍ଷମ ହୋଇଥିବା ବେଳେ ଗୌର କିନ୍ତୁ ବିଲକୁଲ ଚାଲିବା ପାଇଁ ଅସମର୍ଥ ହୋଇଯାଇଥିଲେ । ଜୀବନର ରାସ୍ତା ଅନ୍ଧକାରରେ ଭରିଗଲା ବେଳେ ବଡଭାଇ ସୁକୁମଲ ନିଜେ ମିସ୍ତ୍ରୀ କାମ କରି ଦୁଇ ଭାଇଙ୍କ ଭରଣ ପୋଷଣର ଦାୟିତ୍ୱ ନେଇଥିଲେ । କିନ୍ତୁ ଉଭୟଙ୍କୁ ଯେତେବେଳେ 17 ବର୍ଷ ବୟସ ହୋଇଥିଲା ସେହି ସମୟରେ ସେମାନେ ଆଉ ବଡଭାଇ ଉପରେ ବୋଝ ହୋଇ ରହିବା ପାଇଁ ପସନ୍ଦ କଲେ ନାହିଁ । ଉଭୟେ ନିଜ ସାଧ୍ୟମତେ ସୁନାବେଡା ସହରରେ ପୃଥକ ପୃଥକ ଭାବେ ଝାଲ ମୁଢି ବିକ୍ରି କରି ନିଜ ପେଟକୁ ଦାନା ଯୋଗାଇବାରେ ସକ୍ଷମ ହୋଇଥିଲେ । ଦୀର୍ଘ 35 ବର୍ଷର ଏହି ଜୀବନ ଯାତ୍ରାରେ ଉଭୟେ ସଂସାର ଗଢି ଏକ ସଫଳ ସ୍ୱାମୀ ଓ ବାପା ହେବାର ସାମର୍ଥ୍ୟ ଅର୍ଜନ କରିଛନ୍ତି ।

ଅଧିକ ପଢନ୍ତୁ: ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ଦିବ୍ୟାଙ୍ଗ ଝିଅର ଚିକିତ୍ସା କରାଇ ସର୍ବସ୍ୱାନ୍ତ ପିତାମାତା

ଦିବ୍ୟାଙ୍ଗ ବ୍ୟବସାୟୀ ଗୌର କୁମାର ରାଏ କହିଛନ୍ତି, ‘‘ବର୍ଷକ ପୂର୍ବେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଏକ ବ୍ୟାଟେରୀ ଚାଳିତ ହ୍ବିଲ ଚେୟାର ଦିଆଯାଇଥିଲା । କିନ୍ତୁ ଅନେକ ସରକାରୀ ଯୋଜନା ଭଳି ଏହି ହ୍ବିଲ ଚେୟାରଟି ମଧ୍ୟ ମାସକ ମଧ୍ୟରେ ଅକାମି ହୋଇପଡିଥିଲା । ତାର ମରାମତି କରିବା ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଗୁହାରି କରିଥିଲେ । କିନ୍ତୁ ବର୍ଷେ କାଳ ବିତିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ତାହାର ମରାମତି ହୋଇ ପାରୁନାହିଁ । ନିଜ କର୍ମକୁ ଆଦରି ନିଜ ଜୀବନ ରଥ ଟାଣି ଚାଲିଛୁ ।’’

ଇଟିଭି ଭାରତ, କୋରାପୁଟ

Last Updated : Aug 15, 2023, 8:07 PM IST

ABOUT THE AUTHOR

...view details