କୋରାପୁଟ: ଚଳିତ ମାସ 16 ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାରେ ଗ୍ରେହାଉଣ୍ଡ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ 6 ଜଣ ମାଓବାଦୀ ନିହତ ହୋଇଥିଲେ । ତେବେ ସେହି ମୃତ ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ ଦକ୍ଷିଣ ଓଡିଶାର ହୋଇଥିବା ସୂଚନା ମିଳିଛି । ଭାରତ କମ୍ୟୁନିଷ୍ଟ ପାର୍ଟିର ଆନ୍ଧ୍ର-ଓଡିଶା ବର୍ଡର ସ୍ପେଶାଲ କମିଟିର ବରିଷ୍ଠ ସଦସ୍ୟ ଗଣେଶ ଏକ ପ୍ରେସ ବିବୃତ୍ତିରେ ଏହା ଜଣାଇଛନ୍ତି ।
ଆନ୍ଧ୍ରପ୍ରଦେଶରେ ମୃତ ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ ଓଡିଶାର
ଚଳିତ ମାସ 16 ତାରିଖରେ ବିଶାଖାପାଟଣାରେ ଗ୍ରେହାଉଣ୍ଡ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣା । ମୃତ ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ ଦକ୍ଷିଣ ଓଡିଶାର ହୋଇଥିବା ସୂଚନା । ଅଧିକ ପଢନ୍ତୁ...
ଆନ୍ଧ୍ରପ୍ରଦେଶରେ ମୃତ ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ ଓଡିଶାର
ମୃତ ଦୁଇ ମାଓବାଦୀଙ୍କ ମଧ୍ୟରୁ ଜଣେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ପୋଡାପଦର ପଞ୍ଚାୟତ ବାଲିଆପୁଟ ଗ୍ରାମର ଶାନ୍ତୁ ଓ ଅନ୍ୟ ଜଣେ ମାଲକାନଗିରି ଜିଲ୍ଲା କାଲିମେଲା ବ୍ଲକର ରାମଦେବ ଏଲିଆସ ଏମ॰ ମୁକେଶ ବୋଲି ସଙ୍ଗଠନର ଏହି ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ