ଓଡିଶା

odisha

ETV Bharat / state

ଦୁଇ ନିର୍ଯାତିତ ନାବାଳିକାକୁ ଉଦ୍ଧାର କଲା କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ - Two minor girl rescue from kotpad

ଦୁଇଜଣ ନିର୍ଯାତିତ ନାବାଳିକାଙ୍କୁ ଉଦ୍ଧାର କଲା କୋରାପୁଟ ଜିଲ୍ଲା ଚାଇଲଡ଼ ଲାଇନ (Childline India) ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ (District Child Protection Unit )। ଦୁଇ ନାବାଳିକାକୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ

two-minor-girl-rescue
ଦୁଇ ନିର୍ଯ୍ୟାତିତ ନାବାଳିକାକୁ ଉଦ୍ଧାର କଲା କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ

By

Published : Dec 4, 2021, 8:52 PM IST

କୋରାପୁଟ: ଦୁଇ ନିର୍ଯାତିତ ନାବାଳିକାକୁ ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ (District Child Protection Unit )। କୋଟପାଡର ଜନୈକ ପାଦ୍ରୀଙ୍କ ଘରୁ ଦୁଇଜଣ ଝିଅଙ୍କୁ ଚାଇଲଡ ଲାଇନ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଉଦ୍ଧାର କରାଯାଇଛି ।

ଦୁଇ ନିର୍ଯ୍ୟାତିତ ନାବାଳିକାକୁ ଉଦ୍ଧାର କଲା କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କ କହିବା ଅନୁଯାୟୀ କୋରାପୁଟ ଜିଲ୍ଲା କୋଟପାଡର ମିସନ କମ୍ପାଉଣ୍ଡ ଅଞ୍ଚଳର ପାଦ୍ରୀ ଜଣକ ବେଆଇନ ଭାବେ ଦୁଇ ଝିଅଙ୍କୁ ଅନେକ ବର୍ଷ ଘରେ ରଖିଥିଲେ । ସେମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ରଖି ବିଭିନ୍ନ କାମରେ ନିୟୋଜିତ କରୁଥିଲେ । କାମ କରାଇବା ସହ ତାଙ୍କ ପରିବାରର ଲୋକେ ସେହି ଦୁଇ ଝିଅଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ପାଖ ପଡୋଶୀ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲା ଚାଇଲଡ଼ ଲାଇନକୁ ଖବର ଦେଇଥିଲେ।

ଅଭିଯୋଗକୁ ଆଧାର କରି ଚାଇଲଡ଼ ଲାଇନ ଓ ଡିସିପିଓଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚି ଦୁଇ ଝିଅଙ୍କୁ ଉଦ୍ଧାର କରିଥିଲେ। ବର୍ତମାନ ସେହି ଦୁଇ ଝିଅଙ୍କୁ ଓପେନ ଶେଲଟର ହୋମରେ (Open Shelter Home) ସୁରକ୍ଷିତ ଭାବେ ରଖାଯାଇଛି । ସେମାନଙ୍କ ସହିତ ବିସ୍ତୃତ କଥାବାର୍ତ୍ତା କରାଯାଉଛି ଓ ଶିଶୁ ମଙ୍ଗଳ କମିଟି ପାଖରେ ସେମାନଙ୍କୁ ଉପସ୍ଥାପନ କରାଯିବ ବୋଲି ଡିସିପିଓ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ABOUT THE AUTHOR

...view details