କୋରାପୁଟ:ଜିଲ୍ଲାର ରଙ୍ଗବାଲି କୁମ୍ଭା ଗାଁରେ କମେଣ୍ଟମରାକୁ ନେଇ ନାବାଳକଙ୍କ ମଧ୍ୟରେ ଗଣ୍ଡଗୋଳ । ଫଳରେ ୨ ନାବାଳକଙ୍କ ମୃତ୍ୟୁ ଘଟିଥିବା ନେଇ ଆଜି ଏଏସପି ବିମଳକାନ୍ତ ବ୍ରହ୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ନାବାଳକ ଜଣକ ତାଙ୍କ ବାନ୍ଧବୀ ସହିତ ମୋଟର ସାଇକେଲରେ କୋଲାବ ଜଳଭଣ୍ଡାର ଆଡ଼କୁ ଯାଇଥିଲେ । ଏହି ସମୟରେ ଜଣେ ନାବାଳକ ନାବାଳିକାଙ୍କୁ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲା । ଏହାପରେ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ପରେ ଗଣ୍ଡଗୋଳ ହୋଇଥିଲା । ବାନ୍ଧବୀଙ୍କୁ ନେଇ ଯାଉଥିବା ନାବାଳକ ବିବେକ ମହାନ୍ତି ଗୁରୁତର ଆହତ ହେବା ଯୋଗୁଁ ପ୍ରଥମେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ପରେ ବିଶାଖାପାଟଣାରେ ଚିକିତ୍ସିତ ହୋଇଥିଲେ । ମାତ୍ର ବିଶାଖାପାଟଣାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।