କୋରାପୁଟ: ଜିଲ୍ଲାର ଜୟପୁର ଉପାଖଣ୍ଡରେ ଥିବା କେନାଲ ପାଣିରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦୁଇ ଜଣ ନାବାଳକ ଉଦ୍ଧାର କରି ପ୍ରସଂଶାର ପାତ୍ର ପାଲଟିଛନ୍ତି ।
ବୁଡି ଯାଉଥିବା ବ୍ୟକ୍ତିଙ୍କୁ ବଞ୍ଚାଇ ପୁରସ୍କୃତ ହେଲେ ଦୁଇ ନାବାଳକ ଡ଼ଙ୍ଗାଗୁଡାର ଏହି ଦୁଇ ନାବାଳକ ସଞ୍ଜୟ ପୂଜାରୀ ଓ କିଷାନ ମାଝୀ ସାହାସିକତାର ପରିଚୟ ଦେଇଥିବାରୁ ତାଙ୍କୁ ଟାଉନ ପୋଲିସ ତରଫରୁ ପୁରସ୍କୃତ କରାଯାଇଛି ।
ଜୟପୁର ମୁଖ୍ୟ କେନାଲ କଡ଼ ଦେଇ ସବୁଦିନ ପରି ଶୁକ୍ରବାର ମଧ୍ୟ ଜୟପୁରର ଵାଲାଜି ସାହୁ ପୁରୁଣାଗଡ ନିକଟରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ କୌଣସି କାରଣରୁ କେନାଲ ମଧ୍ୟକୁ ଖସିଯାଇଥିଲେ । ପାଣିର ପ୍ରଖର ସ୍ରୋତରେ ସେ ଭାସି ଯାଉଥିବା ସମୟରେ ଏହି ଦୁଇ ନାବାଳକ କେନାଲ ଭିତରକୁ ଡେଇଁ ବାଲାଜିଙ୍କ ଜୀବନ ବଞ୍ଚାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ