କୋରାପୁଟ: ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟଣା । ବୋଇପାରିଗୁଡା ବ୍ଲକ ଅନ୍ତର୍ଗତ ମାଳି ପଦର ଜଙ୍ଗଲରେ ପୋଲିସର ଗୁଳି ବିନିମୟରେ 2ଜଣ ମାଓବାଦୀ ନିହତ । ପୋଲିସ ପକ୍ଷରୁ ଚଢାଉ ବେଳେ ଉଭୟ ପକ୍ଷରୁ ଆକ୍ରମଣ ହୋଇଥିଲା । ଘଟଣା ସ୍ଥଳରୁ ମାଓ ସାମଗ୍ରୀ ସହିତ କିଛି ଅବକାରୀ ପଦାର୍ଥ ଜବତ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ରାମଗିରି ଫାଣ୍ଡି ଠାରୁ 12 କିଲୋମିଟର ଦୂର ରେ ଥିବା ଏହି ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିଲା। ଏନେଇ ଗୁଇନ୍ଦା ସୂତ୍ରରୁ ପୋଲିସ ଜାଣିବାକୁ ପାଇଥିଲା। ଏନେଇ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ମାଓ କ୍ୟାମ୍ପରୁ ବିପୁଳ ପରିମାଣର ଗଂଜେଇ ଜବତ ହୋଇଛି ତାସହ ୩ ଟି ବନ୍ଧୁକ ,୧ଟି ଟିଫିନ ବୋମା, ମାଓ ସାମଗ୍ରୀ, ପୋଷାକ, ୫ ଟି ଡିଟୋନେଟର, ବିଦ୍ୟୁତ ତାର, ମୋବାଇଲ ଚାର୍ଜର, ତେଲୁଗୁ, ହିନ୍ଦି, ଓଡିଆ ପୁସ୍ତକ ଜବତ କରିଛି । ଏଥିସହ ଗୁରୁବାର ମଧ୍ୟବର୍ତ୍ତୀ ରାତିରେ ଅପରେସନ୍ ପାର୍ଟି ମାଲିପଦର ଗାଁ ପରିସରରେ 10 ରୁ15 ମାଓବାଦୀ ଥିବା ସୁରକ୍ଷା ବାହିନୀ ଦେଖିବାକୁ ପାଇଥିଲେ । ଅନ୍ୟପଟେ ପୋଲିସ ର ଉପସ୍ଥିତି ଜାଣି ମାଓବାଦୀନେ ଅତର୍କିତ ଭାବେ କୁମ୍ବିଂ ଅପରେସନରେ ଥିବା SOG ଦଳ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । SOG ଟିମ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା ।