ଓଡିଶା

odisha

ETV Bharat / state

ସରିବ ଜିଲ୍ଲାବାସୀଙ୍କ ଦୁଃଖ, ତିନି ବର୍ଷରେ ଚାଷୀ ହେବେ ଲକ୍ଷପତି - ତିନି ବର୍ଷରେ ଚାଷୀ ହେବେ ଲକ୍ଷପତି

କୋରାପୁଟରେ ଜୈବିକ ଚାଷକୁ ଆପଣାଉଥିବା ଚାଷୀଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ କରାଯାଇଥିଲା । ଜୈବିକ ଉପାୟରେ ପୋକ ନିୟନ୍ତ୍ରଣ କରିବା ସହ ଜମିର ଉର୍ବରତା ବୃଦ୍ଧି କରିବା ଉପରେ ଦିଆଯିବ ଗୁରୁତ୍ବ । ଅଧିକ ପଢନ୍ତୁ

ତିନି ବର୍ଷରେ ଚାଷୀ ହେବେ ଲକ୍ଷପତି
ତିନି ବର୍ଷରେ ଚାଷୀ ହେବେ ଲକ୍ଷପତି

By

Published : Nov 17, 2022, 10:35 AM IST

କୋରାପୁଟ: ସରିବ କୋରାପୁଟ ଜିଲ୍ଲାବାସୀଙ୍କ ଦୁଃଖ । ଜୈବିକ ନିୟନ୍ତ୍ରଣ ମାଧ୍ୟମରେ ପୋକ ନିୟନ୍ତ୍ରଣ କରିବା ସହ ଜମିର ଉର୍ବରତା ବୃଦ୍ଧି କରିବା ଉପରେ ଦିଆଯିବ ଗୁରୁତ୍ବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ସ୍ଥିତ ଜୈବ ବିବିଧତା ଓ ମୃତ୍ତିକା ସ୍ୱାସ୍ଥ୍ୟ ସମ୍ପର୍କରେ ଗବେଷଣା କରୁଥିବା ସଂସ୍ଥା ପ୍ରଦାନର ବିଶେଷଜ୍ଞ ସଞ୍ଜୀବ କୁମାର ରାଉତ ।

ତିନି ବର୍ଷରେ ଚାଷୀ ହେବେ ଲକ୍ଷପତି

କୋରାପୁଟରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ଦ୍ଵାରା ବୋରିଗୁମ୍ମା ବ୍ଲକ ତଥା ଜିଲ୍ଲାର ବିଭିନ୍ନ ବ୍ଲକରେ ଜୈବିକ ଚାଷକୁ ଆପଣାଉଥିବା ଚାଷୀଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ କରାଯାଇଥିଲା(Residential Training Program on Integrated Farming Cluster)। ଏହି କର୍ମଶାଳାରେ ଯୋଗ ଦେଇଥିଲେ ବିଶେଷଜ୍ଞ ସଞ୍ଜୀବ କୁମାର ରାଉତ । କୌଣସି ମାରାତ୍ମକ ଔଷଧ ସିଞ୍ଚନ ନକରି କେବଳ ଜୈବିକ ପଦ୍ଧତିରେ ପୋକ ନିୟନ୍ତ୍ରଣ କରିହେବ ଓ ମୃର୍ତ୍ତିକାର ସ୍ଵାସ୍ଥ୍ୟ ବୃଦ୍ଧି କରି ହେବ ସେ ସଂକ୍ରାନ୍ତରେ ଗବେଷଣାରୁ ଉପଲବ୍ଧ ତଥ୍ୟକୁ ଉପସ୍ଥାପନ କରିବା ସହ ପ୍ରଦର୍ଶନ କରିଥିଲେ ବିଶେଷଜ୍ଞ । ଏହି ପ୍ରକ୍ରିୟାରେ ରାସାୟନିକ ପ୍ରଭାବରୁ ମୁକ୍ତ ହୋଇ ଚାଷ ସ୍ଥାୟୀ ହେବା ସହ ବୃକ୍ଷଲତାର ବିକାଶ ସମ୍ଭବ ହୋଇପାରିବ । ଏବଂ ଏହି ପ୍ରଣାଳୀରେ ଚାଷ କରିବା ଦ୍ବାରା 3 ବର୍ଷ ମଧ୍ୟରେ ଚାଷୀ ଲକ୍ଷପତି ହୋଇପାରିବ ବୋଲି ସଞ୍ଜୀବ ଆଶାବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: World Pancreatic Cancer Day: ଅଗ୍ନାଶୟ କର୍କଟ କଣ ? ଜାଣନ୍ତୁ ରୋଗର କାରଣ ଓ ନିରାକରଣ

ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତି ପଞ୍ଚାୟତରେ ବାଇଓ ଇନ୍ ପୁଟ କ୍ଲଷ୍ଟର ପ୍ରତିଷ୍ଠା କରାଯିବ ବୋଲି ଓଏଲଏମର ଜିଲ୍ଲାଧିକାରି ସସ୍ମିତା ନାୟକ ଜଣାଇଛନ୍ତି । ଜୈବିକ ଚାଷ କରିବା ଦ୍ୱାରା ପନିପରିବା ଅଧିକ ସମୟ ପର୍ଯ୍ୟନ୍ତ ସତେଜ ରହିବା ସହ ଉତ୍ପାଦନ ଅଧିକା ହେଉଥିବା ଯୋଗୁଁ ଧାନ ମାଣ୍ଡିଆ ଭଳି ପନିପରିବା ମଣ୍ଡି ଖୋଲାଗଲା ହଜାର ହଜାର ଚାଷୀ ଉପକୃତ ହୋଇ ପାରନ୍ତେ ବୋଲି ବୋରିଗୁମ୍ମା ବ୍ଲକର ଚାଷୀ ଚନ୍ଦ୍ର ମାଳି କହିଛନ୍ତି ।

ଏନେଇ ବିଶେଷଜ୍ଞ ସଞ୍ଜୀବ କୁମାର ରାଉତ କହିଛନ୍ତି, "କମ ସାର ଏବଂ ଜୈବିକ ପ୍ରଣାଳୀରେ ଚାଷ କାର୍ଯ୍ୟର ଉନ୍ନତି ଏବଂ ଚାଷୀଙ୍କୁ ଲକ୍ଷପତି କରାଇବା ଲକ୍ଷ ରଖିଛନ୍ତି ସରକାର । ଜୈବିକ ସାର ପ୍ରୟୋଗ ଦ୍ବାରା ଚାଷ କାର୍ଯ୍ୟ କମ ହେଉଛି ଏହା ଭାବିବା ଭୁଲ । ଆଗ କାଳରେ ଲୋକେ ଜୈବିକ ସାର ପ୍ରୟୋଗକରି ହିଁ ଚାଷ କାର୍ଯ୍ୟ କରୁଥିଲେ । ଯାହା ଫଳରେ ଲୋକଙ୍କୁ କୌଣସି ରୋଗ ମଧ୍ୟ ହେଉନଥିଲା। ରାସାୟନିକ ସାର ପ୍ରୟୋଗ କରିବା ଦ୍ବାରା ଚାଷଜମିର ଉର୍ବର କ୍ଷମତା କମିଯାଉଛି । ଯଦି ଆମେ ଗୋବର ଜୈବିକ ସାର ପ୍ରୟୋଗ କରିବା ତାହେଲେ ଚାଷକାର୍ଯ୍ୟ ପ୍ରଥମ ଥର ଭଲ ନହେଲେ ମଧ୍ୟ ଆଗାମୀ ଦିନରେ ଭଲ ହୋଇପାରବ।"

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details