ଓଡିଶା

odisha

କ୍ବାରେଣ୍ଟାଇନ ଦମ୍ପତି କୋରୋନା ପଜିଟିଭ

By

Published : Jun 7, 2020, 1:57 PM IST

କୋରାପୁଟ ଜିଲ୍ଲାରେ ଜଣେ ଦମ୍ପତି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Koraput two corona positives
କୋରାପୁଟ ଦମ୍ପତ୍ତି କରୋନା ପଜିଟିଭ

କୋରାପୁଟ: ଆଜି ଜିଲ୍ଲାରେ ପୁଣି ଦୁଇଜଣ କୋରୋନା ପଜିଟିଭ ଚିହ୍ନଟ । ଆକ୍ରାନ୍ତଙ୍କ ଅଞ୍ଚଳକୁ ସାନିଟାଇଜ କରି ସିଲ କଲା ଜିଲ୍ଲା ପ୍ରଶାସନ । ଗତ କିଛିଦିନ ପୂର୍ବେ ମହାରାଷ୍ଟ୍ରରୁ ଫେରିଥିବା ଏକ ଦମ୍ପତି ସ୍ବାବ ଟେଷ୍ଟ ପରେ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେମିଳିଗୁଡା ସହରରେ ବସବାସ କରୁଥିବା ଏକ ଦମ୍ପତିଙ୍କ ସ୍ବାବ୍ ଟେଷ୍ଟ ରିପୋର୍ଟ ଆସିବା ପରେ କୋରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

କ୍ବାରେଣ୍ଟାଇନ ଦମ୍ପତି କୋରୋନା ପଜିଟିଭ

ତେବେ ସେମାନେ ହୋମ କ୍ବାରଣ୍ଟାଇନରେ ଥିଲେ ଓ ବର୍ତମାନ ସେମାନଙ୍କୁ ଜୟପୁରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେମାନେ ରହୁଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ସିଲ କରିଦିଆଯାଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି । ଏ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାରେ ସମୁଦାୟ 16 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଛଅ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details