ଓଡିଶା

odisha

ETV Bharat / state

ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେଲେ ଆଦିବାସୀ ପୁଅ, ବାପାଙ୍କୁ ସମର୍ପିତ କଲେ ସଫଳତାର ଶ୍ରେୟ

127ତମ ସ୍ଥାନ ହାସଲ କରି ଓଡିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ କୋରାପୁଟର ଆଦିବାସୀ ଯୁବକ ଉମା ଶଙ୍କର କୋୟା । ବାପାଙ୍କୁ ଦେଲେ ସଫଳତାର ଶ୍ରେୟ । ଅଧିକ ପଢନ୍ତୁ...

ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ଆଦିବାସୀ ପୁଅ, ବାପାଙ୍କୁ ସମର୍ପିତ କଲେ ସଫଳତାର ଶ୍ରେୟ
ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ଆଦିବାସୀ ପୁଅ, ବାପାଙ୍କୁ ସମର୍ପିତ କଲେ ସଫଳତାର ଶ୍ରେୟ

By

Published : Oct 11, 2021, 9:26 PM IST

କୋରାପୁଟ:ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ କୋରାପୁଟର ଆଦିବାସୀ ଯୁବକ ଉମା ଶଙ୍କର କୋୟା । ଉମା ଚଳିତବର୍ଷ ଓଡିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ପ୍ରଶାସନିକ ସେବା ପରୀକ୍ଷାରେ 127ତମ ସ୍ଥାନ ଅଧିକାର କରି ବାପାଙ୍କ ସ୍ବପ୍ନକୁ ସାକାର କରିବାରେ ସଫଳ ହୋଇଛନ୍ତି । ଉମାଙ୍କ ବାପା ଲକ୍ଷ୍ମଣ କୋୟା କୋରାପୁଟ ସହରରେ ଏକ ଛୋଟ ସାଇକେଲ ମରାମତି ଦୋକାନ କରି ପରିବାର ଭରଣ ପୋଷଣ କରୁଥିବାବେଳେ ତାଙ୍କ ପୁଅ ଉମା ଜଣେ ପ୍ରଶାସନିକ ଅଧିକାରୀ ହେବେ ବୋଲି ସ୍ବପ୍ନ ଦେଖିଥିଲେ । ତେବେ ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ବାପାଙ୍କ ସ୍ବପ୍ନକୁ ବାସ୍ତବତାରେ ପରିଣତ କରିଛନ୍ତି ପୁଅ ଉମା ଶଙ୍କର ।

ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେଲେ ଆଦିବାସୀ ପୁଅ, ବାପାଙ୍କୁ ସମର୍ପିତ କଲେ ସଫଳତାର ଶ୍ରେୟ

ସାଇକେଲ ମରାମତି ଦୋକାନଟିଏ କରି ପରିବାର ପୋଷୁଥିବା ଲକ୍ଷ୍ମଣଙ୍କ ପାଇଁ ନିଜ ସ୍ବପ୍ନ କଥା ସମସ୍ତଙ୍କ ପାଖରେ ବାଣ୍ଟିବା ବି କଷ୍ଟକର ଥିଲା । ତେବେ ଅଭାବୀ ସଂସାର ମଧ୍ୟରେ ପୁଅର ପାଠପଢ଼ା ପ୍ରତି ଅଶେଷ ଆଗ୍ରହ ଓ ବିଦ୍ୟାଳୟରେ ତାର ଉନ୍ନତ ପ୍ରଦର୍ଶନ ଲକ୍ଷ୍ମଣଙ୍କ ସ୍ବପ୍ନକୁ ଶକ୍ତି ପ୍ରଦାନ କରିଥିଲା । ପୁଅର ଜୟ ଯାତ୍ରାରେ ସାଧ୍ୟମତେ ଆର୍ଥିକ ସହଯୋଗ କରିବାରେ ସେ କେବେ ହେଲେ ପଛଘୁଞ୍ଚା ଦେଇ ନାହାନ୍ତି । ଉମା ମଧ୍ୟ ବାପାଙ୍କ ସ୍ବପ୍ନକୁ ପରବର୍ତ୍ତୀ ପର୍ଯ୍ୟାୟରେ ନିଜସ୍ବ ସ୍ବପ୍ନ ଭାବେ ଗ୍ରହଣ କରି ତାକୁ ସାକାର କରିବାର ମାର୍ଗ ଖୋଜିବା ଆରମ୍ଭ କରିଥିଲେ । ପ୍ରଥମେ ଅକୃତକାର୍ଯ୍ୟ ହୋଇଥିଲେ ହେଁ ହାର ନମାନି ପ୍ରୟାସ ଜାରି ରଖିଥିଲେ। ଚଳିତ ବର୍ଷ ସେ ପ୍ରଶାସନିକ ସେବାରେ ସଫଳ ହୋଇଛନ୍ତି । ଉମାଙ୍କର ଏହି ସଫଳତା ପରିବାର, ସ୍ଥାନୀୟ ଅଞ୍ଚଳ ଓ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ଆଜି ତାଙ୍କ ପ୍ରତିକ୍ରିୟାରେ ନିଜ ସଫଳତାକୁ ବାପାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ଉମା ଶଙ୍କର ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details