ଓଡିଶା

odisha

ETV Bharat / state

ଆଦିବାସୀ ଝିଅଙ୍କ ରୋଜଗାରର ଅନ୍ୟତମ ପନ୍ଥା ଚାରୁକୋଳି-କରଞ୍ଜ ମଞ୍ଜି

କୋରାପୁଟର ଚାରୁକୋଳି ଓ କରଞ୍ଜ ମଞ୍ଜି ଅନ୍ୟତମ । ଏହି 2 ଟି ମଞ୍ଜି କୋରାପୁଟ ଆଦିବାସୀଙ୍କ ପ୍ରାଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ଚୈତ୍ର ମାସ ତମାମ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମଣ୍ଡାଗୁଡା ଗ୍ରାମର ଝିଅଙ୍କ ସମୟ ବିତିଯାଏ ପାହାଡରେ। ବର୍ଷ ବର୍ଷ ଧରି ଗାଁର ଇତିହାସର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ହୋଇ ରହିଛି ଏହି ଚାରୁକୋଳି ଓ କରଞ୍ଜ ଗଛ ।

By

Published : May 1, 2019, 4:47 AM IST

Updated : May 1, 2019, 8:02 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କୋରାପୁଟ

କୋରାପୁଟ: ପାହାଡ ସବୁଜିମା ଘେରା କୋରାପୁଟ ଜିଲ୍ଲା । ଏହାର ପରିବେଶ ଯେତିକି ସୁନ୍ଦର ଏଠାକାର ଆଦିବାସୀମାନେ ମଧ୍ୟ ସେତିକି ସରଳ। ବର୍ତ୍ତମାନର ଚାକଚକ୍ୟ ଭରା ସଭ୍ୟତାରେ ଏବେ ବି ବଞ୍ଚିବାକୁ ରାହା ଖୋଜୁଥିବା ଏହି ମଣିଷମାନଙ୍କ ପ୍ରତି କାହାର ନଜର ନଥାଏ । କିନ୍ତୁ ଏହି ସରଳ ଆଦିବାସୀଙ୍କ ଜୀବନ ଧାରଣ ପାଇଁ ପ୍ରକୃତି ମା ଢାଳିଦିଏ ଅନେକ ପ୍ରାକୃତିକ ବରଦାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କୋରାପୁଟ

ସେଥିମଧ୍ୟରୁ କୋରାପୁଟର ଚାରୁକୋଳି ଓ କରଞ୍ଜ ମଞ୍ଜି ଅନ୍ୟତମ । ଏହି 2 ଟି ମଞ୍ଜି କୋରାପୁଟ ଆଦିବାସୀଙ୍କ ପ୍ରାଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଫଳକୁ ଗୋଟାଇ ଅପୂର୍ବ ଆନନ୍ଦ ସାଉଁଟନ୍ତି କୋରାପୁଟର ଆଦିବାସୀ ଝିଅ । ଚୈତ୍ର ମାସ ତମାମ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମଣ୍ଡାଗୁଡା ଗ୍ରାମର ଝିଅଙ୍କ ସମୟ ବିତିଯାଏ ପାହାଡରେ। ବର୍ଷ ବର୍ଷ ଧରି ଗାଁର ଇତିହାସର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ହୋଇ ରହିଛି ଏହି ଚାରୁକୋଳି ଓ କରଞ୍ଜ ଗଛ ।

ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ଏହି ଫଳ ଗୋଟାଇବାରେ ଛୋଟ ଝିଅ, କିଶୋରୀଙ୍କ ଠୁ ଆରମ୍ଭ କରି ବୟସ୍କା ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତେ ଲାଗିଯାଇଥାନ୍ତି । ଏହି କୋଳିକୁ ବଜାରରେ ବିକ୍ରି କରି ନିଜର ଆବଶ୍ୟକତା ପୂରଣ କରିଥାନ୍ତି ସମସ୍ତେ। ତେବେ ମହିଳାମାନେ ଏହି ମଞ୍ଜିକୁ ବିକ୍ରିକରି ଘରକରଣା ଜିନିଷ , ପନିପରିବା ଇତ୍ୟାଦି କିଣୁଥିବା ବେଳେ ବିଦ୍ୟାଳୟକୁ ଯାଉଥିବା ଝିଅ ମାନେ ଖାତା , ପେନ୍ସିଲ ଭଳି ଜିନିଷ କିଣନ୍ତି । କିଶୋରୀ ମାନେ ନିଜ ପାଇଁ ରଙ୍ଗ ରଙ୍ଗିଆ ବସ୍ତ୍ର ଓ ସଜେଇ ହେବା ପାଇଁ ସ୍ନୋ ପାଉଡର କିଣିଥାନ୍ତି ।

ଚାରୁକୋଳି ମଞ୍ଜିକୁ କିଲୋ ପିଛା ୧୦୦/- ଟଙ୍କା ମିଳୁଥିବା ବେଳେ କରଞ୍ଜ ମଞ୍ଜିକୁ କିଲୋ ପିଛା ୧୫-୨୦ ଟଙ୍କାରେ ବିକ୍ରି କରିଥାନ୍ତି ଏହି ଆଦିବାସୀ । କରଞ୍ଜ ମଞ୍ଜିରୁ ଖାଇବା ତେଲ ମିଳୁଥିବା ବେଳେ ଚାରୁକୋଳି ମଞ୍ଜିର କୌଣସି ଏକ ଅଜଣା ଔଷଧୀୟ ଗୁଣ ଯୋଗୁଁ ବ୍ୟବସାୟୀ ପ୍ରତିବର୍ଷ ମୁଣ୍ଡାଗୁଡା ଆସିଥାଆନ୍ତି ବୋଲି ଗ୍ରାମବାସୀ ମତ ଦିଅନ୍ତି ।

ବର୍ଷ ପରେ ବର୍ଷ ଗ୍ରାମବାସୀଙ୍କ ପାଇଁ କାମଧେନୁ ଭଳି ଏହି ଗଛ ଗୁଡିକ ଅର୍ଥ ରୋଜଗାର କରିବା ପାଇଁ ସୁଯୋଗ ଦେଉଥିବା ଯୋଗୁଁ ଲୋକେ ସେ ଗଛଗୁଡିକୁ କାଟନ୍ତି ନାହିଁ । ବରଂ ଅଧିକରୁ ଅଧିକ ଚାରୁକୋଳି ଓ କରଞ୍ଜ ଗଛ ଲଗାଇବା ପାଇଁ ଇଛା ପ୍ରକାଶ କରୁଛନ୍ତି ଗ୍ରାମବାସୀ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : May 1, 2019, 8:02 AM IST

ABOUT THE AUTHOR

...view details