ଓଡିଶା

odisha

ETV Bharat / state

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଗେଇ ଆସୁଛନ୍ତି ଆଦିବାସୀ ପରିବାର

ପରିବାରରେ ଜନ୍ମ ନିୟନ୍ତ୍ରଣ ଅଣାଇବା କ୍ଷେତ୍ରରେ କୋରାପୁଟ ଜିଲ୍ଲା ଗତବର୍ଷ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏବର୍ଷ ବି ସମାନ ଲକ୍ଷ୍ୟରେ ଆଗ୍ରସର କୋରାପୁଟବାସୀ । ଅଧିକ ପଢ଼ନ୍ତୁ

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଗେଇ ଆସୁଛନ୍ତି କୋରାପୁଟବାସୀ
ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଗେଇ ଆସୁଛନ୍ତି କୋରାପୁଟବାସୀ

By

Published : Jul 11, 2023, 10:52 PM IST

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଗେଇ ଆସୁଛନ୍ତି କୋରାପୁଟବାସୀ
କୋରାପୁଟ: ଆମେ ଦୁଇ ଆମର ଦୁଇ । କୋରାପୁଟ ଅଦିବାସୀ ଅଞ୍ଚଳବାସୀ ଏହି ନିୟମକୁ ମାନି ସ୍ବଇଚ୍ଛାରେ ଜନ୍ମ ନିୟନ୍ତ୍ରଣ କରିବାକୁ ଆଗେଇ ଆସିଛନ୍ତି । ଦୁଇଟି ଛୁଆ ହେବା ପରେ ଗାଁ ଗହଳିରେ ଥିବା ଏଏନଏମ କେନ୍ଦ୍ରରେ ଆସି ସ୍ଥାୟୀ ଜନ୍ମ ନିୟନ୍ତ୍ରଣ କରିବାର ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଦୁଇଟି ଛୁଆଙ୍କୁ ଭଲ ଶିକ୍ଷା ପ୍ରଦାନ କରିବା , ଉତ୍ତମ ସ୍ୱାସ୍ଥ୍ୟ ଓ ଖାଦ୍ୟ ଯୋଗାଇଦେବା ପାଇଁ ସେମାନେ ଏହି ନିଷ୍ପତ୍ତି ନେଇଥିବା ଅନେକ ପିତାମାତା ଜଣାଇଛନ୍ତି । କିଛି ବର୍ଷ ପୂର୍ବେ ଗାଁ ଗହଳିରେ ଏକଥା ବୁଝାଇବା ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ କାଠିକର ପାଠ ଥିଲା । କିନ୍ତୁ ଏବେ ସମୟ ବଦଳିବା ସହ କୋରାପୁଟ ଜିଲ୍ଲାର ଗାଁ ଗହଳିରେ ରହୁଥିବା ଆଦିବାସୀ ପରିବାର ମଧ୍ୟ ସ୍ୱତଃଭାବେ ଏହି ଯୋଜନାରେ ଯୋଡି ହେବାରେ ଲାଗିଛନ୍ତି । ଦୁଇଟି ଛୁଆ ଜନ୍ମ ହେବାପରେ ଉଭୟ ପୁରୁଷ ଓ ସ୍ତ୍ରୀ ବନ୍ଧ୍ୟାକରଣ କରାଇବା ପାଇଁ ଆଗ୍ରହ ଦେଖାଉଥ କୋରାପୁଟ ପରିବାର କଲ୍ୟାଣ ଏଡିଏମଓ ନୀଳମାଧଵ ଶତପଥୀ ଜଣାଇଛନ୍ତି ।

ଏଡିଏମଓ ନୀଳମାଧଵ ଶତପଥୀ କହିଛନ୍ତି, ‘‘ପରିବାରରେ ଜନ୍ମ ନିୟନ୍ତ୍ରଣ ଅଣାଇବା କ୍ଷେତ୍ରରେ କୋରାପୁଟ ଜିଲ୍ଲା ଗତବର୍ଷ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ପରିବାର ନିୟନ୍ତ୍ରଣ ସମ୍ପର୍କରେ ବିଭିନ୍ନ ଯୁଗ ଉପଯୋଗୀ ବାର୍ତ୍ତା ଗାଁଗଣ୍ଡା ରେ ପହଞ୍ଚାଇବା ପାଇଁ ସଚେତନ କାର୍ଯ୍ୟକ୍ରମ କରାଯାଉଛି । ଆଦିବାସୀ ପରିବାରରେ ଏହି ଅଭୂତପୂର୍ବ ସଚେତନତା ର ବୃଦ୍ଧି ଘଟୁଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବର୍ଷତମାମ ଏ ସଂକ୍ରାନ୍ତରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସକାରାତ୍ମକ ପ୍ରଭାବ ଉପଲବ୍ଧ ହେଉଛି । ଆଜି ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ମଧ୍ୟ ଅନେକ ଆଦିବାସୀ ବନ୍ଧ୍ୟାକରଣ କରିଛନ୍ତି ।’’

ଅଧିକ ପଢ଼ନ୍ତୁ: ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବି

କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର କହିଛନ୍ତି, ‘‘ କୋରାପୁଟରେ ୨୦୦୧ ଜନଗଣନା ଅନୁଯାୟୀ ଜନସଂଖ୍ୟା ପ୍ରାୟ ୧୧.୮୦ ଲକ୍ଷ ଥିବା ବେଳେ ୨୦୧୧ ଜନଗଣନା ବେଳକୁ ସେଥିରେ ୧୬.୮୬% ବୃଦ୍ଧି ହୋଇ ତାହା ୧୩.୮୦ ଲକ୍ଷରେ ପହଞ୍ଚିଥିଲା । ହେଲେ ଏବେ ଉଚ୍ଚି ଶିକ୍ଷା ଏବଂ ସଚେତନ ଫଳରେ ସେମାନେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଗେଇ ଆସୁଛନ୍ତି । ନିଜ ପରିବାର ପ୍ରତିପୋଷଣ ପାଇଁ ଯୁବ ପିଢ଼ି ରୋଜଗାର କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ସହଯୋଗରେ ଖୋଲା ଯାଇଥିବା ବିଭିନ୍ନ ଆଇଟିଆଇରେ ଭର୍ତ୍ତି କରାଇ ତାଲିମ ପ୍ରାପ୍ତ ଯୁବଗୋଷ୍ଠୀ ନିର୍ମାଣ କରାଯିବାର ପ୍ରୟାସ କୁ ତ୍ୱରାନ୍ୱିତ କରାଯଉଛି ।’’

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details