କୋରାପୁଟ: ପଞ୍ଚାୟତ ସାଧନ କେନ୍ଦ୍ରଠାରେ ନବ ନିର୍ବାଚିତ ସରପଞ୍ଚଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ଅବଦଲ ଏମ ଅଖତର ଯୋଗଦେଇ ତାଲିମ ଶିବିରର ଶୁଭାରମ୍ଭ କରିଥିଲେ। ଗ୍ରାମ ପଞ୍ଚାୟତର ବିକାଶ ନିମନ୍ତେ ସରପଞ୍ଚ ମାନଙ୍କ ବଡ ଭୂମିକା ରହିଛି ବୋଲି କହିଥିଲେ ଜିଲ୍ଲାପାଳ।
କୋରାପୁଟରେ ନବ ନିର୍ବାଚିତ ସରପଞ୍ଚଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ - କୋରାପୁଟର ନବ ନିର୍ବାଚିତ ସରପଞ୍ଚ
କୋରାପୁଟ ପଞ୍ଚାୟତ ସାଧନ କେନ୍ଦ୍ରଠାରେ ନବ ନିର୍ବାଚିତ ସରପଞ୍ଚଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଅଧିକ ପଢନ୍ତୁ
ପଞ୍ଚାୟତରାଜ ବିଭାଗ ସହ ଅନ୍ୟ ବିଭାଗର ବିଭିନ୍ନ ଯୋଜନାକୁ ସାଥିରେ ନେଇ ସରପଞ୍ଚ ମାନେ ଦାୟିତ୍ବବାନ ଜଣ ପ୍ରତିନିଧି ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଯୋଜନା ସଂପର୍କରେ ସରପଞ୍ଚ ମାନେ ଅବଗତ ହେବା ସହ କେବଳ ପଞ୍ଚାୟତ ରାଜ ବିଭାଗ ନୁହେଁ ଅନ୍ୟାନ୍ୟ ଲାଇନ ଡିପାର୍ଟମେଣ୍ଟ ଯୋଜନାର କାର୍ଯ୍ୟର ନେତୃତ୍ୱ ନେଇ ତାହାକୁ ରୂପାୟନ କରିବା ସରପଞ୍ଚ ମାନଙ୍କର ପ୍ରମୁଖ ଦାୟିତ୍ୱ ବୋଲି ଜିଲ୍ଲାପାଳ କହିଥିଲେ ।
ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ମାଝୀ, ଏପିଡି ତାଲିମ ହିମାଂଶୁ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। ଏକ ମାସ ଧରି ଚାଲିବାକୁ ଥିବା ଏହି ତାଲିମ ଶିବିରରେ ପ୍ରଥମ ପାଞ୍ଚ ଦିନରେ କୋରାପୁଟ ,ଜଯପୁର ଓ ବନ୍ଧୁଗାଁ ବ୍ଲକର ମୋଟ ୪୯ ଜଣ ସରପଞ୍ଚ ଆଜି ତାଲିମ ନେଉଥିବା ବେଳେ ଅନ୍ୟାନ୍ୟ ବ୍ଲକର ସରପଞ୍ଚ ମାନେ ପରବର୍ତ୍ତୀ ଦିନ ଗୁଡ଼ିକରେ ତାଲିମପ୍ରାପ୍ତ ହେବେ । ୫ଟି ଓ ମୋ ସରକାର,ରାଜ୍ୟ ଓ କେନ୍ଦ୍ର ଅର୍ଥ କମିଶନ, ପଞ୍ଚାୟତ ରାଜ ଓ ପାନୀୟ ଜଳ,ଗ୍ରାମସଭା, ମିଶନ ଶକ୍ତି, ଇ ଗଭର୍ଣାନ୍ସ,ସୋସିଆଲ ମିଡିଆ, ରୁରାଲ ହାଉସିଂ, ଟ୍ରାଇବାଲ ୱେଲଫେୟାର ପ୍ରଭୃତି ବିଷୟ ଉପରେ ତାଲିମ ଦିଆଯାଉଛି ।ନୂତନ ସରପଞ୍ଚ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଏପରି ତାଲିମ ବହୁ ମାତ୍ରାରେ ଦାୟିତ୍ଵ ସମ୍ପାଦନ କରିବା ଦିଗରେ ସହାୟକ ହେବ ବୋଲି ତାଲିମ ନେବା ପାଇଁ ଆସିଥିବା ସରପଞ୍ଚ ଆଶାପୋଷଣ କରିଛନ୍ତି ।