ଓଡିଶା

odisha

ETV Bharat / state

ମହକୁଛି କୋରାପୁଟ କଫି, ବଗିଚାରେ ମଜା ନେଉଛନ୍ତି ପର୍ଯ୍ୟଟକ - ବଗିଚାରେ ମଜା ନେଉଛନ୍ତି ପର୍ଯ୍ୟଟକ

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବା କୋରାପୁଟ କଫି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।ଛୋଟାଗୁଡାର ବ୍ରାଉନ ଭେଲି କଫି ବଗିଚା ଏବଂ ରାଜୁଗୁଡ଼ାର ସପ୍ତଗିରି କଫି ବଗିଚାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ମହକୁଛି କୋରାପୁଟ କଫି
ମହକୁଛି କୋରାପୁଟ କଫି

By

Published : Oct 2, 2022, 7:48 PM IST

କୋରାପୁଟ:ବିଶ୍ବର ବିଭିନ୍ନ ସ୍ଥାନରେ କଫି ପ୍ରେମୀ କଫିର ସ୍ୱାଦ ନେଉଥିବାବେଳେ, କୋରାପୁଟ ଜିଲ୍ଲାର କଫି ବଗିଚା ଗୁଡିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବା କୋରାପୁଟ କଫି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଛୋଟାଗୁଡାର ବ୍ରାଉନ ଭେଲି କଫି ବଗିଚା ଏବଂ ରାଜୁଗୁଡ଼ାର ସପ୍ତଗିରି କଫି ବଗିଚାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । ପର୍ଯ୍ୟଟକମାନେ କଫି ଉଦ୍ୟାନର ମହକ ସାଙ୍ଗକୁ ଶାନ୍ତ ଶୀତଳ ପରିବେଶ ପାଇ ବେଶ ଉଲ୍ଲସିତ ହୋଇଉଠନ୍ତି ।

ମହକୁଛି କୋରାପୁଟ କଫି

କଫି ବଗିଚାରେ ଫୁଲ ଫୁଟିବା ସମୟର ମନକୁ ମତୁଆଲା କରୁଥିବା ସୁଗନ୍ଧ, କଫି ଫଳରେ କଞ୍ଚା ସମୟରେ ଶାଗୁଆ ରଙ୍ଗର ପ୍ରତିଟି କଫି ଗଛ ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଛି । ଏହାସହ କୋରାପୁଟ କଫିରସ୍ବାଦ ସାଙ୍ଗକୁ ବାସ୍ନା ପର୍ଯ୍ୟଟକଙ୍କ ମନରେ ଆନନ୍ଦ ଭରିଦେଉଛି । କଫିର ଏହିସବୁ ଅନୁଭୂତି ନେବା ପାଇଁ ବ୍ରାଉନ ଭେଲିକୁ କବି, ଗବେଷକ, ପ୍ରକୃତିପ୍ରେମୀ ଆସିଥାନ୍ତି ।

ଏହା ମଧ୍ୟ ପଢନ୍ତୁ: ବଢିବ କୋରାପୁଟ କଫିର ମାନ, ଅନ୍ତର୍ଜାତୀୟ ସ୍ତରରେ ଚାହିଦା ବଢାଇବା ପାଇଁ ପ୍ରୟାସ ଆରମ୍ଭ

ଚଳିତ ବର୍ଷ କଫି ପର୍ଯ୍ୟଟନକୁ ଆଉ ପାଦେ ଆଗକୁ ନେଇଯିବା ପାଇଁ କଫି ବଗିଚାରେ ଜୈବିକ ଖତର ପ୍ରୟୋଗ କରିବା ପାଇଁ ବିଶେଷ ଭାବେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କୋରାପୁଟ କଫି ବୋର୍ଡର ସଂଯୋଗ ଅଧିକାରୀ ଉପେନ୍ଦ୍ର କୁମାର ସାହା ଜଣାଇଛନ୍ତି । ଏନେଇ ଏକ କଫି ପ୍ରେମୀ କହିଛନ୍ତି ଯେ, "କଫି ବଗିଚା ଦେଖିବା ପାଇଁ ଲୋକେ ପଇସା ଖର୍ଚ୍ଚ କରି ଦୂର ଜାଗାକୁ ଯାଇଥାନ୍ତି । ଏଠାକାର କଫି ବଗିଚା ବହୁତ ସୁନ୍ଦର । ଗଛ ଠାରୁ ଆରମ୍ଭ କରି ଫୁଲ ଓ ଫଳର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରିଛି । କଫି ବଗିଚାକୁ ଆସିଲେ ଏକ ଅଭ୍ଭୁତ ପ୍ରକାର ଶିହରଣ ଖେଳିଯାଏ । କୋରାପୁଟର ଚାରିଆଡେ କଫି ବଗିଚା ଭରପୁର ହୋଇକି ରହିଛି ।ବହୁତ ଭଲଲାଗେ ।"

କଫି ଉଦ୍ୟୋଗୀ କହିଛନ୍ତି ଯେ, "କଫି ଉତ୍ପାଦନ ସମୟରେ ଆମେ ତାକୁ ଏକ ପର୍ବ ଭଳି ଭାବିଥାଉ । ବର୍ଷା ହେବା ପରେ ଯେତେବେଳେ ପ୍ରଥମେ ଫୁଲ ହୁଏ ସେତେବେଳେ ଏକ ପର୍ବ ଭଳି ହିଁ ମନେହୁଏ । କାହିଁକି ନା ଗଛରେ ଯେତେବେଳେ ପ୍ରଥମେ ଫୁଲ ଆସେ ସେହି ଖୁସି କେଉଁ ପର୍ବ ଠାରୁ କମ ହୋଇନଥାଏ । ଶହ ଶହ ଲୋକ ଆସି କାମ କରନ୍ତି । ଯେତେବେଳେ ସେମାନେ ପାଚିଲା କଫିକୁ ତୋଳିଥାନ୍ତି, ସେମାନଙ୍କଠାରେ ମଧ୍ୟ ଆନନ୍ଦ ପରିଲକ୍ଷିତ ହୋଇଥାଏ । ଦର୍ଶକମାନେ ମଧ୍ୟ ଏହାର ଆନନ୍ଦ ନେଇଥାନ୍ତି ।"

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details