ଓଡିଶା

odisha

ETV Bharat / state

ପଣ୍ଡି ଘାଟରେ ପଡ଼ିରହିଲା ପର୍ଯ୍ୟଟନ ଡଙ୍ଗା - ପର୍ଯ୍ୟଟନ ଶିଳ୍ପ

ମୋଟର ବୋଟ ରେ କୋଲାବ ଜଳଭଣ୍ଡାର ମଧ୍ୟରେ ବୁଲି ଆସିବା ଦେଶୀୟ ଓ ବିଦେଶୀ ପର୍ଯ୍ୟଟଙ୍କ ପାଇଁ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା । କିନ୍ତୁ ଗତ ବର୍ଷେ ହେବ ସେହି ମୋଟର ବୋଟ ଅକାମି ହୋଇ ପଣ୍ଡି ଘାଟରେ ପଡି ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Aug 4, 2019, 1:13 AM IST

କୋରାପୁଟ: ଜିଲ୍ଲା ସଦର ମହକୁମା ନିକଟ ପରଜା ପଣ୍ଡି ଘାଟରୁ ପର୍ଯ୍ୟଟନ ବିଭାଗ ଦ୍ବାରା ପରିଚାଳିତ ମୋଟର ବୋଟ ରେ କୋଲାବ ଜଳଭଣ୍ଡାର ମଧ୍ୟରେ ବୁଲି ଆସିବା ଦେଶୀୟ ଓ ବିଦେଶୀ ପର୍ଯ୍ୟଟଙ୍କ ପାଇଁ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା । କିନ୍ତୁ ଗତ ବର୍ଷେ ହେବ ସେହି ମୋଟର ବୋଟ ଅକାମି ହୋଇ ପଣ୍ଡି ଘାଟରେ ପଡି ରହିଛି । ତେବେ କୁହାଯାଇପାରେ କୋଲାବ ଜଳଭଣ୍ଡାର ଆଡକୁ ଅନାଇରହି ବିଗତ ଦିନଗୁଡିକର ସୁବର୍ଣ୍ଣ ମୁହୂର୍ତ୍ତ ଗୁଡିକୁ ମନେ ପକାଉଛି ଅକାମି ହୋଇପଡିଥିବା ମୋଟର ବୋଟ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ପର୍ଯ୍ୟଟକ ଏହି ମୋଟର ବୋଟ ଯୋଗେ ଜଳଭଣ୍ଡାର ମଧ୍ୟରେ ଦ୍ବୀପ ଭଳି ଥିବା କାନ୍ସପବ୍ଲି ପର୍ବତକୁ ବୁଲିବାକୁ ଯାଇଥାନ୍ତି । ସେଠାରେ ସମୟ ବିତାଇବା ସହିତ କେଚେଲା ରେ ଥିବା ଜୈନ ପ୍ରତିମୂର୍ତ୍ତି, ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସୌରତାପ ଓ ବାୟୁ ଚକି ରେ ପରିଚାଳିତ ଶିକ୍ଷାକେନ୍ଦ୍ର ପରିବେଶ କୁ ଦେଖି ଆନନ୍ଦିତ ହୁଅନ୍ତି ।

କିନ୍ତୁ ଦେଢ଼ ବର୍ଷ ପୂର୍ବେ ସମ୍ବଲପୁର ନିକଟରେ ହୋଇଥିବା ଏକ ନୌକା ଦୁର୍ଘଟଣା ପରେ ପର୍ଯ୍ୟଟନ ବିଭାଗ ଏହି ବୋଟ ଯାତ୍ରାକୁ ରଦ୍ଦ କରିଦେଇଥିଲା । ପର୍ଯ୍ୟଟନ ବିଭାଗ ଦ୍ବାରା ପରିଚାଳିତ ଏହି ମୋଟର ବୋଟ ଓ ବୋଟ ଚାଳକଙ୍କ ଲାଇସେନ୍ସ ତଥା ଇନ୍ସୁରାନ୍ସ ନଥିବା ଯୋଗୁଁ ବିଭାଗ ଏହି ନିଷ୍ପତ୍ତି ନେଇଥିବା ବର୍ତମାନର ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମା ସୂଚନା ପ୍ରଦାନ କରିଛନ୍ତି ।


ତେବେ ଶନିବାର ମୋଟର ବୋଟରୁ ମୋଟରଟିକୁ ପର୍ଯ୍ୟଟନ ବିଭାଗ କାଢି ନେଇଥିବା ବେଳେ କେବଳ ପ୍ଲାଷ୍ଟିକ ଖେଳନା ଭଳି ବୋଟ ପଡିରହିଛି । ଯାହାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ଗ୍ରାମବାସୀ ।


କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details