ଓଡିଶା

odisha

ETV Bharat / state

ଠକିଦେଲେ ଠିକାଦାର, ବିନା ଟାଙ୍କିରେ ଷ୍ଟୋର ରୁମ୍‌ ପାଲଟିଲା ଶୌଚାଳୟ - bandaguda village news

ତିନି ବର୍ଷ ପୂର୍ବେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିଲା ଶୌଚାଳୟ । ହେଲେ ଆଜି ସେଥିରୁ କିଛି ଭାଙ୍ଗି ଯାଇଛି ତ ଆଉ କିଛି ପାଲଟିଯାଇଛି ଷ୍ଟୋର ରୁମ୍‌ । ଏପରି ଦେଖିବାକୁ ମିଳିଛି କୋରାପୁଟ ବ୍ଲକ ମସ୍ତିପୁଟ ପଞ୍ଚାୟତର ବଣ୍ଡାଗୁଡା ଗାଁରେ।

bandaguda village
ଠକିଦେଲେ ଠିକାଦାର, ବିନା ଟାଙ୍କିରେ ଷ୍ଟୋର ରୁମ୍‌ ପାଲଟିଲା ଶୌଚାଳୟ

By

Published : Dec 31, 2019, 9:12 PM IST

କୋରାପୁଟ: ତିନି ବର୍ଷ ପୂର୍ବେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିଲା ଶୌଚାଳୟ। ହେଲେ ଆଜି ସେଥିରୁ କିଛି ଭାଙ୍ଗି ଯାଇଛି ତ ଆଉ କିଛି ପାଲଟିଯାଇଛି ଷ୍ଟୋର ରୁମ୍‌। ଏପରି ଦେଖିବାକୁ ମିଳିଛି କୋରାପୁଟ ବ୍ଲକ ମସ୍ତିପୁଟ ପଞ୍ଚାୟତର ବଣ୍ଡାଗୁଡା ଗାଁରେ।

ଗାଁରେ ପ୍ରାୟ ସମସ୍ତଙ୍କର ଶୌଚାଳୟ, ପ୍ରଶାସନ ତିନି ବର୍ଷ ତଳେ ଠିକାଦାର ଜରିଆରେ କରିଥିଲା। ଠିକାଦାର ପାଇଖାନା ଟାଙ୍କି ନକରି କେବଳ ପାଇଖାନା ଘର କରି ଛାଡି ଦେଇଥିଲେ। ଫଳରେ କୌଣସି ବି ଶୌଚାଳୟ ବ୍ୟବହାର କରାଯାଇ ନଥିବା ଜଣାପଡିଛି।

ଠକିଦେଲେ ଠିକାଦାର, ବିନା ଟାଙ୍କିରେ ଷ୍ଟୋର ରୁମ୍‌ ପାଲଟିଲା ଶୌଚାଳୟ

ଏହାସହ ଶୌଚାଳୟ ନିମ୍ନମାନର ହୋଇଥିବାରୁ କିଛି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସେପଟେ ଗାଁରେ ନାମକୁ ମାତ୍ର ଶୌଚାଳୟ ଥିବାରୁ ଲୋକେ ଶୌଚ ହେବା ପାଇଁ ନଦୀ ଓ ନାଳ ଉପରେ ନିର୍ଭର କରୁଛନ୍ତି। ଦେଖାଯାଉ କେବେ ପାଇଖାନା ଟାଙ୍କି ହେବ ଓ ଲୋକେ କେବେ ଏହାର ଉପଯୋଗ କରିବେ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details