କୋରାପୁଟ: ରାତି ପାହିଲେ ହିନ୍ଦୁ ଧର୍ମର ପବିତ୍ର ପର୍ବ କାର୍ତ୍ତିକ ପୂର୍ଣ୍ଣିମା(Kartika Purnama) । ପରମ୍ପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ନଦୀରେ ଡ଼ଙ୍ଗା ଭସାଯାଏ । ଗତ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ ଡଙ୍ଗା ଭସା ଫିକା ପଡିଥିବା ବେଳେ ଚଳିତ ବର୍ଷ ବିନା କଟକଣାରେ ଜଳାଶୟ ଗୁଡିକରେ ଡଙ୍ଗା ଭସା ଉତ୍ସବ ପାଳନ କରାଯିବ । ସେହିପରି ଆଜି କାର୍ତ୍ତିକ ମାସର ଶେଷ ସୋମବାର ଥିବାରୁ ଶାବର ଶ୍ରୀକ୍ଷେତ୍ର(Sabar Srikhetra) ଚଳଚଞ୍ଚଳ ହୋଇଉଠିଛି । ଆସନ୍ତାକାଲି ଚନ୍ଦ୍ର ଗ୍ରହଣ ଥିବାରୁ ଆଜି ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଜିଲ୍ଲାର କୋଣ ଅନୁକୋଣରୁ ଭକ୍ତଙ୍କ ସମାଗମ ହୋଇଛି ।
ଜିଲ୍ଲାର ଉପର କଣ୍ଡାପଲି ଏବଂ ଅନ୍ୟାନ୍ୟ ଗ୍ରାମର ଲୋକେ ଆଦିବାସୀଙ୍କ କୀର୍ତ୍ତନ ମଣ୍ଡଳୀ ବାଦ୍ୟ ଓ ନାମଜପ ମାଧ୍ୟମରେ ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି । ଅପର ପକ୍ଷରେ ଆସନ୍ତାକାଲି ବୋଇତ ବନ୍ଦାଣ ଉତ୍ସବ ପାଳିବା ପାଇଁ ବଜାରରେ ଭକ୍ତଙ୍କ ଭିଡ ଜମିଛି । ଗାଁ ଗଣ୍ଡାର ଆଦିବାସୀ ପରିବାର କଦଳୀ ପାଟୁଆ, ବେଲ ପତ୍ର, ଦୁବ ଘାସ, ଫୁଲ ଭଳି ପୂଜାରେ ଲାଗିଥିବା ବିଭିନ୍ନ ଦ୍ରବ୍ୟ ବିକ୍ରି କରୁଛନ୍ତି । ଯାହାକୁ କିଣିବା ପାଇଁ ଲୋକଙ୍କ ଭିଡ ଜମିଛି ।
ଏହା ମଧ୍ୟ ପଢନ୍ତୁକାଲି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି