କୋରାପୁଟ: ଚଳିତ ମାସ 27 ତାରିଖରେ କୋରାପୁଟ ସହରର ଶ୍ମଶାନ ନିକଟରେ ନିର୍ମାଣାଧୀନ ଏକ ନର୍ସିଂହୋମରେ ଜନୈକ ବ୍ୟକ୍ତିଙ୍କ ହତ୍ୟା କରାଯାଇଥିଲା । ଯେଉଁ ମାମଲାରେ ଗୁରୁବାର କୋରାପୁଟ ପୋଲିସ ତିନିଜଣଙ୍କୁ ଗିରଫ କରିଛି ।
କୋରାପୁଟ ଶ୍ମଶାନ ନିକଟ ହତ୍ୟା ମାମଲାରେ ତିନି ଗିରଫ - କୋରାପୁଟ ଶ୍ମଶାନ ନିକଟ ହତ୍ୟା
କୋରାପୁଟ ସହରର ଶ୍ମଶାନ ନିକଟରେ ହୋଇଥିବା ହତ୍ୟା ମାମଲାରେ ପୋଲିସ ତିନିଜଣଙ୍କୁ ଗିରଫ କରିଛି । ମଦ ପିଇବା ସମୟରେ ହୋଇଥିବା ଝଗଡ଼ା ଏହି ହତ୍ୟାର କାରଣ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ...
![କୋରାପୁଟ ଶ୍ମଶାନ ନିକଟ ହତ୍ୟା ମାମଲାରେ ତିନି ଗିରଫ three people have been arrested in connection with the murder near Koraput](https://etvbharatimages.akamaized.net/etvbharat/prod-images/768-512-7005353-thumbnail-3x2-kpt.jpg)
କୋରାପୁଟ ଶ୍ମଶାନ ନିକଟ ହତ୍ୟା ମାମଲାରେ ତିନି ଗିରଫ
କୋରାପୁଟ ଶ୍ମଶାନ ନିକଟ ହତ୍ୟା ମାମଲାରେ ତିନି ଗିରଫ
କୋରାପୁଟ ଏସଡିପିଓ ବଳଭଦ୍ର ଦୀପଙ୍କ କହିବାନୁଯାୟୀ ମୃତ ବ୍ୟକ୍ତି ଓ ତାଙ୍କୁ ହତ୍ୟା କରିଥିବା ତିନିଜଣ ବ୍ୟକ୍ତି ସେହି ନର୍ସିଂହୋମ ନିର୍ମାଣ କାର୍ଯ୍ୟରେ କର୍ମଚାରୀ ଭାବେ କାମକରୁଥିଲେ । ମଦ ପିଇବା ଓ ଅର୍ଥ ବିନିମୟରେ ଦେଖାଯାଇଥିବା ଦ୍ଵନ୍ଦ ଏହି ହତ୍ୟାର କାରଣ ବୋଲି ଦୀପ ଜଣାଇଛନ୍ତି । ଗୁରୁବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସେ ସୂଚନା ପ୍ରଦାନ କରିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ